ବ୍ଲାକମେଲ୍ କରି ବର୍ଷ ବର୍ଷ ଧରି ଦୁଷ୍କର୍ମ, ବିବାହର ୮ ମାସ ପରେ ସ୍ଵାମୀଙ୍କୁ ମିଳିଲା ପତ୍ନୀଙ୍କ ପର୍ଣ୍ଣ ଭିଡିଓ, ପୁଣି…

Published By : Prameya-News7 Bureau | October 05, 2020 IST

ଇଟାଓ୍ଵା ୦୫।୧୦: ଉତ୍ତର ପ୍ରଦେଶର ଇଟାଓ୍ଵା ଜିଲ୍ଲା ଅନ୍ତର୍ଗତ ଫ୍ରେଣ୍ଡ୍ସ କଲୋନୀ ଥାନା ଅଞ୍ଚଳରେ ଦତ୍ତାବଲିର ଜଣେ ପୀଡିତା ପୋଲିସଠୁ ନ୍ୟାୟ ମାଗି ମାଗି ଥକି ପଡିବା ପରେ ଶେଷରେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି। ପରିବାର ଲୋକ କହିଛନ୍ତି ଏବେ ଆତ୍ମହତ୍ୟା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ। ପ୍ରଶାସନର ଅବହେଳା ଏବଂ ବେପରୁଆ ମନୋଭାବ ମଧ୍ୟରେ ଦୁଷ୍କର୍ମ ପୀଡିତା ଅନେକ ଥର ଥାନାରେ ଗୁହାରି କଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିବା ବଦଳରେ କେବଳ ଆଶ୍ଵାସନା ମିଳି ଚାଲିଛି। ଏଥିରେ ପୀଡିତା ଏତେ ମର୍ମାହତ ହୋଇ ପଡିଛନ୍ତି ଯେ ଆତ୍ମହତ୍ୟା କରିବାକୁ ବିବଶ ହୋଇ ପଡିଛନ୍ତି।

ଆଶ୍ଚର୍ଯ୍ୟର କଥା ଅଭିଯୁକ୍ତ ପୀଡିତ ମହିଳାଙ୍କ ଭିଡିଓ ପର୍ଣ୍ଣ ସାଇଟ୍‌ରେ ଅପଲୋଡ୍ କରିଥିବା ଅଭିଯୁକ୍ତ ଦିନ ଦ୍ଵିପ୍ରହରରେ ବୁଲୁଛି। ଫରୁଖାବାଦର ବାସିନ୍ଦା ପୀଡିତ ମହିଳା ୨୦୧୫ ଅକ୍ଟୋବର ୧୪ରେ ଇଟାଓ୍ଵାର ଏକ ପରିବାରରେ ବିବାହ କରିଥିଲେ। ସାଂସାରିକ ଜୀବନ ମଧ୍ୟରେ ଅଚାନକ ମହିଳାଙ୍କ ସ୍ଵାମୀ ବିବାହର ୮ ମାସ ପରେ ପତ୍ନୀଙ୍କ ଅଶ୍ଲୀଳ ଭିଡିଓ ପର୍ଣ୍ଣ ସାଇଟ୍‌ରେ ଦେଖିବାକୁ ପାଇଲେ। ଏହା ଦେଖି ତାଙ୍କର ହୋସ୍ ଉଡି ଯାଇଥିଲା। ଯେବେ ସେ ଏହାର ସୂଚନା ଦେଲେ ପୀଡିତା ପତ୍ନୀ ନିଜ ଅତୀତ କଥା ସ୍ଵାମୀଙ୍କୁ କହିଥିଲେ। ସେ କହିଛନ୍ତି ଯେ ଗତ ଅନେକ ବର୍ଷ ହେବ ତାଙ୍କୁ ବ୍ଲାକମେଲ୍ କରାଯାଇ ଦୁଷ୍କର୍ମ କରାଯାଉଥିଲା। ଏହା ପରେ ପୀଡିତାଙ୍କ ସ୍ଵାମୀ ପତ୍ନୀଙ୍କୁ ନ୍ୟାୟ ଦେବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ଯେବେ ପୋଲିସ ନିକଟରେ ପହଞ୍ଚିଲେ ଅଧିକାରୀ ଓ କର୍ମଚାରୀ ମହିଳାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ। ପୁଣି ନ୍ୟାୟ ନାଁରେ ଏ ପର୍ଯ୍ୟନ୍ତ ମହିଳା ଓ ତାଙ୍କ ପତ୍ନୀଙ୍କୁ ମାତ୍ର ଆଶ୍ଵାସନା ମିଳି ଚାଲିଥିଲା।

ପୋଲିସ ଅନୁଯାୟୀ ପୀଡିତାଙ୍କ ଭିଡିଓ ଜନପଦ ଫରୁଖାବାଦରେ ତିଆରି ହୋଇଥିଲା। ତେଣୁ ଏଫଆଇଆର ସେଠାରେ ଦେବା ଉଚିତ୍। ପୀଡିତାଙ୍କ କହିବା କଥା ତାଙ୍କୁ ବ୍ଲାକମେଲ କରି ଦୁଷ୍କର୍ମ କରାଯାଇଥିଲା ଏବଂ ଏହାର ଭିଡିଓ ଇଟାଓ୍ଵା ଥାନା ଫ୍ରେଣ୍ଡ୍‌ସ କଲୋନୀର ଦତାବଲୀ ସ୍ଥିତ ଘରେ ତିଆରି କରାଯାଇଥିଲା। ପୋଲିସ ମୋକଦ୍ଦମା ଇଟାଓ୍ଵା ଜନପଦରେ ରୁଜୁ ନକରି ଫରୁଖାବାଦ କଣ ପାଇଁ ପଠାଇବାକୁ ଚାହାନ୍ତି ବୋଲି ପୀଡିତା କହିଛନ୍ତି।

ପୀଡିତା କହିଛନ୍ତି ଫରୁଖାବାଦରେ ମାମଲା ରୁଜୁ କଲେ ଅଭିଯୁକ୍ତ ସେମାନଙ୍କୁ ମାରି ଦେବେ। ମୋ ସହ ଏହି ଘଟଣା ଜନପଦରେ ଘଟିଛି। କିନ୍ତୁ ପୋଲିସ ଏତଲା ଦାୟର କରୁନାହିଁ। ପୋଲିସ ମଧ୍ୟ ଅଭିଯୁକ୍ତଙ୍କ ସହ ହାତ ମିଳାଇଛି। ପୀଡିତା ଏବଂ ତାଙ୍କ ସ୍ଵାମୀ କହିଛନ୍ତି ଯଦି ଆମକୁ ନ୍ୟାୟ ନମିଳେ ତେବେ ଦୁଇ ଛୁଆ ସହ ସେମାନେ ଆତ୍ମହତ୍ୟା କରି ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.