Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଗଣଦୁଷ୍କର୍ମ ମାମଲାରେ ଆସିଲା ନୂଆ ମୋଡ : ମୁଖ୍ୟ ଅଭିଯୁକ୍ତକୁ ବିବାହ କରିବା ପାଇଁ ଜିଦ ଧରି ବସିଲେ ପୀଡିତା

5/04/2019 at 1:04 PM

ବିଜନୌର ୫/୪ : ଗଣଦୁଷ୍କର୍ମ ମାମଲାରେ ଆସିଛି ନୂଆ ମୋଡ଼ | ପାଖାପାଖି ୭ ମାସ ପୂର୍ବରୁ ଉତ୍ତର ପ୍ରଦେଶର ବଢ଼ାପୁର ଅଂଚଳରେ ଏକ ଗଣଦୁଷ୍କର୍ମ ହୋଇଥିଲା | ସେହି ଗଣଦୁଷ୍କର୍ମ ମାମଲାରେ ଏବେ ଏକ ନୂଆ ମୋଡ ଆସିଛି | ପୀଡିତାଙ୍କ ବିବାହ କରାଇବା ପାଇଁ ତାଙ୍କ ଘରଲୋକ ଉଦ୍ୟମ କରିଛନ୍ତି | ଏହାକୁ ବିରୋଧ କରି ପୀଡିତା ପୋଲିସକୁ ଖବର ଦେଇଥିଲେ | ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ଅନ୍ୟ ସମ୍ପ୍ରଦାୟର | ତେବେ ସେହି ଅଭିଯୁକ୍ତଙ୍କୁ ହିଁ ପୀଡିତା ବିବାହ କରିବା ପାଇଁ ଜିଦ ଧରି ବସିଛନ୍ତି |


ତେବେ ଖବରପାଇ ପୋଲିସ ଅଧିକାରୀ ପୀଡିତାଙ୍କ ଘରେ ପହଂଚି ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ | ପୋଲିସ ଅଧିକାରୀ ପୀଡିତାଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗେଇ ଦେବା ପାଇଁ ପୋଲିସକୁ ନିର୍ଦେଶ ଦେଇଥିଲେ | ଘଟଣା ଉତ୍ତର ପ୍ରଦେଶ ବିଜନୌର ଅଂଚଳର |


ବିଜନୌର ଅନ୍ତର୍ଗତ ଏକ ଗାଁରେ ଜଣେ ଯୁବତୀଙ୍କ ସହ ୭ ଜଣ ଗଣଦୁଷ୍କର୍ମ କରି ଦୁଷ୍କର୍ମର ଭିଡିଓ କରିଥିଲେ | ଘଟଣା ପାଖାପାଖି ୭ ମାସ ପୂର୍ବରୁ ଘଟିଥିଲା | ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସଂଗୀନ ଧାରାରେ ମାମଲା ରୁଜ୍ଜୁ କରାଯାଇଥିଲା | ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା | ଏବେ ୭ ଜଣ ଯାକ ଅଭିଯୁକ୍ତ ଜେଲରେ ଅଛନ୍ତି |
ପୀଡିତାଙ୍କ ପରିବାରଲୋକେ ପୀଡିତାଙ୍କ ବିବାହ ଅନ୍ୟ ଏକ ଯୁବକଙ୍କ ସହ କରାଇବା ପାଇଁ କଥାବାର୍ତ୍ତା ଚଳାଇଥିଲେ | ଏହା ଜାଣି ଯୁବତୀ ଘରେ ହଙ୍ଗାମା କରିଥିଲେ |

ସେ କହିଥିଲେ ଯେ, ଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତ ଯିଏ ଏବେ ଜେଲରେ ଅଛି ସେ ତାକୁ ହିଁ ବିବାହ କରିବେ | ସେ ଜେଲରୁ ସଜା କାଟି ଆସିବା ପର୍ଯ୍ୟନ୍ତ ସେ ଅପେକ୍ଷା କରିବେ ବୋଲି କହିଥିଲେ | ତେବେ ପରିବାରଲୋକେ ପୀଡିତାଙ୍କ କଥାରେ ରାଜି ହୋଇନଥିଲେ ଏବଂ ତାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ | କିନ୍ତୁ ପୀଡିତା ଘରଲୋକଙ୍କ କଥାରେ ରାଜି ନହୋଇ ୧୦୦ ଡାଏଲ କରି ପୋଲିସକୁ ଖବର ଦେଇଥିଲେ |


ଖବରପାଇ ପୋଲିସ ପୀଡିତାଙ୍କ ଘରେ ପହଞ୍ଚିଥିଲା ଏବଂ ଘଟଣା ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଥାନା ପ୍ରଭାରୀ ନରେଶ କୁମାର ପୀଡିତାଙ୍କ ଘରେ ପହଂଚି ତାଙ୍କୁ ବୁଝାସୁଝା କରିଥିଲେ | କିନ୍ତୁ ଯିଏ ଯେତେ ବୁଝାଇଲେ ମଧ୍ୟ ସେ ନିଜ ଜିଦରେ ଅଟଳ ରହିଲେ | କିନ୍ତୁ ପୋଲିସ ଅଧିକାରୀ ଦୁଷ୍କର୍ମକାରୀ ଅଭିଯୁକ୍ତ ସହ ପୀଡିତାଙ୍କ ବିବାହ କରାଇବା ପାଇଁ ଆଶ୍ୱାସନା ଦେଇନଥିଲେ | ସେ ପୀଡିତାଙ୍କ ପରିବାର ଲୋକଙ୍କୁ ବୁଝାଇଥିଲେ ଯେ, ପୀଡିତାଙ୍କ ଅନିଚ୍ଛାରେ ସେ ତାଙ୍କ ବିବାହ ଆଉ କୋଉଠି ନକରନ୍ତୁ | ତେବେ କୌଣସି ପ୍ରକାରେ ପୀଡିତାଙ୍କୁ ପୋଲିସ ଏବଂ ପରିବାରଲୋକେ ବୁଝାସୁଝା କରି ଘଟଣାରେ ଶାନ୍ତ କରିଛନ୍ତି | ତେବେ ଅଭିଯୁକ୍ତ ଜେଲରେ ବାହାରିବା ପରେ ପୀଡିତା ପୁଣି ଏହିଭଳି ଜିଦ କରିବେ ନା ଅନ୍ୟ କାହାକୁ ବିବାହ କରିବେ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

   Related Posts