Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

“ଯିଏ ତାକୁ ଧରି ଆଣିବ ତାକୁ ମୁଁ ପୁରସ୍କାର ଦେବି”…ଦୁଷ୍କର୍ମକାରୀକୁ ଧରିଲେ ପୁରସ୍କାର ଦେବି ବୋଲି କହିଲେ ପୀଡିତା

7/04/2019 at 5:47 PM

ରାୟପୁର ୭/୪ : ବିବାହ ପ୍ରତିଶୃତି ଦେଇ ୩ ବର୍ଷ ପର୍ଯ୍ୟନ୍ତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲା ଜଣେ ଯୁବକ | ଯୁବତୀ ଏନେଇ ପୋଲିସରେ ମାମଲା ମଧ୍ୟ ରୁଜ୍ଜୁ କଲେ | ମାମଲା ରୁଜ୍ଜୁ ହେବାର ମାସେ ପରେ ମଧ୍ୟ ପୋଲିସ ଅଭିଯୁକ୍ତକୁ କାବୁ କଲାନାହିଁ | ପୋଲିସର କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ପୀଡିତା ଅଭିଯୁକ୍ତ ଯୁବକକୁ ଧରି ଆଣିବା ପୋଲିସକର୍ମୀଙ୍କୁ ୨୦୦୦ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି | ଅପରପକ୍ଷରେ ମାମଲା ଫେରସ୍ତ ପାଇଁ ପୀଡିତାଙ୍କୁ ଧମକ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି |


ପୀଡିତା ଏକ ଘରୋଇ ହସ୍ପିଟାଲରେ ନର୍ସ ଅଛନ୍ତି | ଦୁର୍ଗରେ ରହୁଥିବା ସୂର୍ଯ୍ୟ ଶଙ୍କର ସାହୁ ସହ ତାଙ୍କର ସାକ୍ଷାତ ହୋଇଥିଲା | ବିବାହର ପ୍ରଲୋଭନ ଦେଖାଇ ସୂର୍ଯ୍ୟ ୩ ବର୍ଷ ହେଲା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା | ପୀଡିତା ଯେତେବେଳେ ବିବାହ କଥା କହିଲେ ମଧ୍ୟ ଅଭିଯୁକ୍ତ ସବୁବେଳେ ବିବାହ ପାଇଁ ବାଆଁରେଇ ଦେଉଥିଲା |


ତେବେ ବାରମ୍ବାର ସୂର୍ଯ୍ୟ ଉପରେ ଚାପ ପକାଇବାରୁ ସେ ଶେଷରେ ଗତ ମାସରେ ବିବାହ ପାଇଁ ରାଜି ହୋଇଥିଲା | ସେ ନିଜ ଯାଇ ଆର୍ଯ୍ୟ ସମାଜରେ ବିବାହ ତାରିଖ ଚୟନ କରିଥିଲା | ବିବାହ ପାଇଁ ସବୁ ପ୍ରସ୍ତୁତ ହେବାପରେ ସୂର୍ଯ୍ୟ ବିବାହ ପାଇଁ ମନା କରିଦେଇଥିଲା |


ଏନେଇ ସ୍ମୃତି ନଗର ଥାନାରେ ଅଭିଯୋଗ କରିଥିଲେ ପୀଡିତା | ପୀଡିତାଙ୍କ ଅଭିଯୋଗକ୍ରମେ ମାର୍ଚ୍ଚ ୧୪ ତାରିଖରେ ସୂର୍ଯ୍ୟ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା | ମାମଲା ସମ୍ପର୍କରେ ଜାଣିବା ପରେ ସୂର୍ଯ୍ୟ ମାମଲା ଫେରସ୍ତ ପାଇଁ ପୀଡିତାଙ୍କ ଉପରେ ଚାପ ପକାଇଥିଲା | ପୀଡିତାଙ୍କୁ ଧମକ ଦେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଏଥିରେ ଧ୍ୟାନ ଦେଇନଥିଲା | ଅଭିଯୁକ୍ତ ପ୍ରତିଦିନ ଦୁର୍ଗରୁ ରାୟପୁର ଚାକିରୀ ପାଇଁ ଯାଏ | ସେଠି ଥାନା ଦେଇ ଅଭିଯୁକ୍ତ ପ୍ରତିଦିନ ଯାଏ | ତଥାପି ପୋଲିସ କୌଣସି ପଦକ୍ଷେପ ନେଉନାହିଁ ବୋଲି ପୀଡିତା ଅଭିଯୋଗ କରିଛନ୍ତି |

   Related Posts