ଗଳାରେ ରଶି ଲଗାଇ ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡିତା, ଜାଣନ୍ତୁ ବାମ ହାତରେ ଲେଖି ଲେଖିଛନ୍ତି କ'ଣ

Published By : Prameya-News7 Bureau | October 06, 2019 IST

ମୁଜଫରନଗର: ଉତ୍ତରପ୍ରଦେଶ ମୁଜଫର ନଗରରେ ଜଣେ ଦୁଷ୍କର୍ମ ପୀଡିତା ତାଙ୍କ ଘରେ ଗଳାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୀଡିତାଙ୍କ ଶବ ପୋଲିସ ଜବତ କରିଛି। ସେ ତାଙ୍କ ବାମ ହାତରେ ଅଭିଯୁକ୍ତମାନଙ୍କ ନାମ ଲେଖିଥିବା ଦେଖା ଯାଇଛି। ଛପାର ଥାନା ବଡିବାଲା ଗାଁର ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମାମଲାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଲୋକେ ଅସନ୍ତୋଷ  ପ୍ରକାଶ କରିଛନ୍ତି।

{"id":166987}

ସୂଚନା ଅନୁସାରେ ପ୍ରାୟ ୧ ବର୍ଷ ପୂର୍ବେ ଗାଁର ୩ ଜଣ ଯୁବକ ଯୁବତୀଙ୍କୁ ରେକ୍ସାରୁ ଓହ୍ଲାଇ ଗଣ ଦୁଷ୍କର୍ମ କରିଥିଲେ। ଘଟଣା ନେଇ ଯୁବତୀ ମୁଜଫରନଗର ଟାଉନଥାନାରେ ଲିଖିତ ଏତଲା ବି ଦେଇଥିଲେ। ହେଲେ ଘଟଣାର ବର୍ଷକ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ନାହିଁ। ଘଟଣାରେ ବ୍ୟଥିତ ପୀଡିତା ଶେଷରେ ଆତ୍ମହତ୍ୟା କରିଥିବା ବେଳେ ତା ପ୍ରତି ଦୁଷ୍କର୍ମ କରିଥିବା ଗାଁର ବିରଜୁ ଓ ଅନ୍ୟ ୩ ଜଣଙ୍କ ନାମ ତା ବାମ ହାତରେ ଲେଖିଛି।

{"id":166988}

ଉତ୍ତରପ୍ରଦେଶ ଏବେ ମହିଳାଙ୍କ ଲାଗି ବିପଦଜନକ ହୋଇପଡିଥିବା କୁହାଯାଉଛି। ଯୋଗୀ ସରକାର ମହିଳାଙ୍କ ସୁରକ୍ଷା ଲାଗି ସବୁ ମନ୍ତେ ଉଦ୍ୟମ ଜାରି ରଖିଥିବା କହୁଥିବା ବେଳେ ବାସ୍ତବତା ବଡିବାଲା ଗାଁର ଘଟଣା ପ୍ରମାଣିତ କରୁଛି। ପୋଲିସର ନିଷ୍କ୍ରିୟତା ଯୋଗୁ ଅପରାଧୀ ଖୋଲା ବୁଲୁଥିବା ବେଳେ ନ୍ୟାୟ ଅପେକ୍ଷାରେ ପୀଡିତା ଆତ୍ମହତ୍ୟା କରୁଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.