ଚାକରାଣୀର ଇଜ୍ଜତ ନେଲେ ମାଲିକ, ପ୍ରଲୋଭନରେ ନପଡିବାରୁ କଲେ ଦୁଷ୍କର୍ମ, ପୋଲିସରେ ଅଭିଯୋଗ ପରେ ଧନୀ ଶିଳ୍ପପତି ଫେରାର

Published By : Prameya-News7 Bureau | October 16, 2020 IST

ରାଞ୍ଚୀ, ୧୬|୧୦: ମାଲିକଙ୍କ ବିରୋଧରେ ଘରୋଇ ଚାକରାଣୀଙ୍କର ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ପରେ ମାଲିକ ଫେରାର । ତେବେ ଘଟମାଟି ହେଲା ମାଲିକଜଣେ ବେସ୍ ନାମକରା ଶିଳ୍ପପତି । ଆଉ ଏହି ଘଟଣା ଏବେ ଚର୍ଚ୍ଚାରେ । ଖବରରୁ ପ୍ରକାଶ ଝାଡଖଣ୍ଡର ଧନବାଦ ଜିଲ୍ଲାରେ ଜଣେ ଶିଳ୍ପପତିଙ୍କ ବିରୋଧରେ ତାଙ୍କ ଘରେ କାମ କରୁଥିବା ଚାକରାଣୀବଳପୂର୍ବକ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ।  ଏନେଇ ପୀଡିତାଜଣଙ୍କ ଥାନାରେ ଏତଲା ଦେଇଛନ୍ତି। ସେଥିରେ ଲେଖିଛନ୍ତି ମାଲିକ ତାଙ୍କୁ ପ୍ରଲୋଭିତ କରି ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ । କିନ୍ତୁ ସେ ତାର ବିରୋଧ କରିବାକୁ ମାଲିକ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ପୋଲିସର ଅଭିଯୋଗ ପରେ ଅଭିଯୁକ୍ତ ଶିଳ୍ପପତି ଜଣକ ଫେରାର ହୋଇଯାଇଛନ୍ତି ।

ସୂଚନା ମୁତାବକ, ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଭା କୁଟୀରର ମାଲିକ ତଥା ଜିଲ୍ଲାର ଜଣାଶୁଣା ଉଦ୍ୟୋଗପତି ମହେନ୍ଦ୍ର ଅଗ୍ରଓ୍ବାଲ ଓରଫ ମୋହନ ବାବୁ । ତାଙ୍କ ଘରେ କାମକରୁଥିବା ଚାକରାଣୀ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଉଦ୍ୟୋଗପତି ଜଣକ କିଭଳି ତାଙ୍କସହ ବ୍ୟବହାର କରିଛନ୍ତି ତାହା ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ  ଧାନବାଦର ବୈଙ୍କ ଥାନାରେ ମାମଲା ରୁଜୁ ହୋଇଛି।

ମାମଲା ରୁଜୁନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ପୋଲିସ ଅଧିକାରୀ । ମହିଳାଙ୍କ ବୟାନକୁ ଆଧାର କରି ଧାରା ୧୬୪ରେ ମାମଲା ରୁଜୁ କରାଯାଇଥିବା ସେ କହିଛନ୍ତି । ଅଭିଯୁକ୍ତ ଉଦ୍ୟୋଗପତି ମୋହନ ବାବୁଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଛାପା ମାରୁଛି । ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.