ନିର୍ଦେଶକ ଅନୁରାଗ କଶ୍ୟପଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ : ଟ୍ୱିଟ କରି ମୋଦିଙ୍କୁ କଲେ ଗୁହାରି

Published By : Prameya-News7 Bureau | May 24, 2019 IST

ମୁମ୍ବାଇ ୨୪/୫ : ହିନ୍ଦି ଫିଲ୍ମ ନିର୍ଦେଶକ ଅନୁରାଗ କଶ୍ୟପ ସୋସିଆଲ ମିଡିଆରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହନ୍ତି । ସେ ସବୁବେଳେ ସରକାରଙ୍କ ନୀତିକୁ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଥାନ୍ତି । ସେଥିପାଇଁ ସେ ଅନେକଥର ଟ୍ରୋଲ ମଧ୍ୟ ହୋଇଛନ୍ତି । ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପରେ ଅନୁରାଗ କଶ୍ୟପଙ୍କୁ ସୋସିଆଲ ମିଡିଆରେ ଧମକପୂର୍ଣ ମେସେଜ ଆସୁଛି । ଅନୁରାଗ କଶ୍ୟପ ନିଜ ଟ୍ୱିଟର ପେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁହାରି କରିଛନ୍ତି । ସେ କହିଛନ୍ତି ଯେ, ଧମକ ଦେଉଥିବା ସମର୍ଥକଙ୍କୁ କେମିତି ହ୍ୟାଣ୍ଡଲ କରିବେ । ମୋଦିଙ୍କ ଜଣେ ସମର୍ଥକ ଇନ୍ସଷ୍ଟାଗ୍ରାମରେ ଅନୁରାଗ କଶ୍ୟପଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଛି ।

{"id":115417}

ଅନୁରାଗ ନିଜ ଝିଅର ଇନ୍ସଷ୍ଟାଗ୍ରାମ ଆକାଉଣ୍ଟକୁ ଆସିଥିବା ମେସେଜର ସ୍କ୍ରିନ୍ ସଟ୍ ରଖିଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ଟ୍ୱିଟ କରିଛନ୍ତି ।

{"id":115418}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.