ଦୁଷ୍କର୍ମ ପୀଡିତାଙ୍କୁ ଛୁରି ଭୁଷିବା ପରେ ଜାଳିଦେବା ଘଟଣା - ବଞ୍ଚିବାର ଆଶା କ୍ଷୀଣ ବୋଲି କହିଲେ ଚିକିତ୍ସା କରୁଥିବା ଡାକ୍ତର

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ - ହାଇଦ୍ରାବାଦ ଘଟଣାପରେ ଏକ ଅତି ସମ୍ବେଦନଶୀଳ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଦୁଷ୍କର୍ମ ପୀଡିତାଙ୍କୁ ଜେଲ୍‌ରୁ ମୁକୁଳିଥିବା ଅଭିଯୁକ୍ତମାନେ ଜାଳି ଦେଇଛନ୍ତି । ନିଜେ ପୀଡିତା ପୁଲିସକୁ ଫୋନ୍‌ କରିଥିଲେ । ପୀଡିତାଙ୍କୁ ୨ଅଭିଯୁକ୍ତ ଓ ତାଙ୍କର ୩ ଜଣ ସହଯୋଗୀମାନେ ମୁଣ୍ଡକୁ ପିଟି ଦେବା ପରେ ଛୁରି ଭୁଷି ଦେଇ ନିଆଁ ଲଗାଇ ଦେଇଥିଲେ । ଏହାପରେ ଜୀବନ ବଞ୍ଚାଇବା ପାଇଁ ପୀଡିତା ପ୍ରାୟ ଏକ କିଲୋମିଟର ଦୌଡିଥିଲେ। ତାଙ୍କୁ କେହିବି ସାହାଯ୍ୟ କରି ନଥିଲେ ।

ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ହେଲେ ପୀଡିତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ପୀଡିତାଙ୍କ ଶରୀରର ୯୦ ପ୍ରତିଶତ ଜଳିଯାଇଛି । ସେ ବଞ୍ଚିବାର ଆଶା ଅତି କ୍ଷୀଣ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ଏହି ମାମଲାର ଶୁଣାଣୀ ପାଇଁ ପୀଡିତା ରାଏବଲେରୀକୁ ଯାଉଥିଲେ । ସେ ଷ୍ଟେସନକୁ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ବାଟରେ ଧରି ନିଆଁ ଲଗାଇ ଦେଇଥିଲେ । ପୁଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଶିବମ ତ୍ରିବେଦୀ ଓ ଶୁଭମ ତ୍ରିବେଦୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.