Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିଦେଲା ଅଭିଯୁକ୍ତ ପଡୋଶୀ, ବିବାହର ବର୍ଷେ ପରେ ଆତ୍ମହତ୍ୟା କଲେ ପୀଡିତା

7/11/2021 at 6:16 PM

ଭୋପାଳ ୦୭/୧୧ : ମଧ୍ୟ ପ୍ରଦେଶ ​‌ମୋରେନା ଜିଲ୍ଲା କାଞ୍ଚପୁରାରେ ଅଭାବନୀୟ ଘଟଣା ଘଟିଛି । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ଆତ୍ମହତ୍ୟା କରିଛନ୍ତି ଜଣେ ଦୁଷ୍କର୍ମ ପୀଡିତା । ଏ ନେଇ ମୃତକ ଯୁବତୀଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ମୋରେନା ଜିଲ୍ଲା କଞ୍ଚପୁରା ଗାଁର ୨୦ ବର୍ଷୀୟ ବିବାହିତ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଅଭିଯୁକ୍ତଜଣକ ସୋସିଆଲ ମିଡିଆରେ ଦୁଷ୍କର୍ମ ବେଳର ଫଟୋ ଭାଇରାଲ କରିଦେଇଥିବା ନେଇ ତାଙ୍କ ସ୍ବାମୀ ଜଣାଇଥିଲେ । ଏହା ପରେ ଲୋକ ଲଜ୍ଜାରେ ସେ ବିଷ ପିଇଦେଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାକୁ ନେଇ ଯୁବତୀ ଦିଅର କହିଛନ୍ତି ଯେ, ‘ମୋ ଭାଇ ଗତ ବର୍ଷ ବିବାହ କରିଥିଲେ । ସେ ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି । ଗାଁର ଜଣେ ବ୍ୟକ୍ତି ଭାଇଙ୍କୁ ଫୋନ କରି କହିଥିଲେ ଯେ, ତାଙ୍କ ପତ୍ନୀଙ୍କ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।’

ଏହାପରେ ଯୁବକଜଣକ ତାଙ୍କ ପତ୍ନୀଙ୍କୁ ଘଟଣା ବାବଦରେ ପଚାରିଥିଲେ । ସେ ଯାହା କହିଥିଲେ, ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ କହିଥିଲେ, ‘ବିବାହ ପୂର୍ବରୁ ଭୋଳା ନାମକ ତାଙ୍କର ଜଣେ ପଡୋଶୀ ଦୁଷ୍କର୍ମ କରିଥିଲା ଏବଂ କାହାକୁ କିଛି କହିଲେ ଭିଡିଓ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଇଥିଲା । ବାଧ୍ୟ ହୋଇ କାହାକୁ କିଛି କହିନଥିଲି । ଲୋକ ଲଜ୍ଜା ଭୟରେ ସବୁ ସହି ଚୁପ ରହିଥିଲି ।’

ଗତ ମଙ୍ଗଳବାର ଅଭିଯୁକ୍ତ ଯୁବକ ଏବଂ ତାର କିଛି ସାଙ୍ଗ ଯୁବତୀଙ୍କ ଶାଶୁ ଘରେ ପହଞ୍ଚି ଭିଡିଓ ଦେଖାଇବା ସହିତ ପୁଣି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥି​‌ଲେ ନଚେତ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ତେବେ ଏହାକୁ ଖାତିର ନକରି ସେ ବାହାରକୁ ଦୌଡି ଚାଲିଆସିଥିଲେ । ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିଲେ । ପରେ ଅଭିଯୁକ୍ତଜଣକ ରଖିଥିବା ଆପତ୍ତିଜନକ ଭିଡିଓ ଭାଇରାଲ କରିଦେଇଥିଲା । ଏହା ଜାଣିବା ପରେ ଯୁବତୀଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ଘଟଣାକୁ ନେଇ ବାଗିଚି ଥାନାଧିକାରୀ ପ୍ରବୀଣ ତ୍ରିପାଠୀ କହିଛନ୍ତି, ପୀଡିତାଙ୍କ ସ୍ବାମୀ କୌଣସି ମାମଲା ରୁଜୁ କରିନାହାନ୍ତି । ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ମଧ୍ୟ କୌଣସି ଅଭିଯୋଗ ନାହିଁ । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଭୋଳା ବର୍ତ୍ତମାନ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୋଲିସ ।

   Related Posts