Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସଡ଼କ ଦୁର୍ଘଟଣା ପରେ ଚିକିତ୍ସାବେଳେ ଜଣାପଡ଼ିଲା ବିଧବା ମହିଳାଙ୍କ ସହ ହୋଇଛି ଦୁଷ୍କର୍ମ, ପୀଡ଼ିତା ୬ ମାସର ଗର୍ଭବତୀ …

17/09/2019 at 5:37 PM

ମଥୁରା୧୭|୯:ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳର ଫରହ ଥାନା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏକ ସଡ଼କ ଦୁର୍ଘଟଣା ପୀଡ଼ିତା ମହିଳା ଶିକାର ହୋଇଥିଲେ। ଏହି ଦୁର୍ଘଟଣା ପରେ ଚିକିତ୍ସାବେଳେ ଏହି ବିଧବା ମହିଳା ଗର୍ଭବତୀ ଥିବା ଜଣାପଡିଥିଲା । ବିଧବା ମହିଳା କିଭଳି ଗର୍ଭବତୀ ହେଲେ ବୋଲି ପରିବାର ପକ୍ଷରୁ ଖୋଳତାଡ କରିବା ପରେ ଜଣାପଡିଥିଲା ଯେ, ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଲୋକଲଜ୍ଜା ଭୟରେ ମହିଳା ଏହା ପ୍ରକାଶ କରିନଥିଲେ । ତେବେ ଏହା ଜଣାପଡିବା ପରେ ମହିଳାଙ୍କ ପିତା ସଂପୃକ୍ତ ଯୁବକ ବିରୋଧରେ ଥାନାରେ ମାମଲା ଦାୟର କରିଥିଲେ ।  

ପୋଲିସର ସୂଚନା ଅନୁସାରେ ,  ରାଜସ୍ଥାନର ଭରତପୁର ଅଞ୍ଚଳର ଯୁବତୀ ମଥୁରର ଫରହ ଅଞ୍ଚଳରେ ବିବାହ କରିଥିଲେ। ପାଖିପାଖି ଚାରିବର୍ଷ ତଳେ ପୀଡ଼ିତା ମହିଳାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା। ୬ ମାସ ତଳେ ଅସହାୟ ବିଧବା ମହିଳାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ ହୋଇଥିଲା। ଅଭିଯୁକ୍ତ ଯୁବକକୁ ସେ ବିରୋଧ କରିଥିଲେ। ହେଲେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଅଭିଯୁକ୍ତ ଯୁବକ ଧମକ ଦେଇଥିଲା।

 ୧୦ ଦିନ ତଳେ ପୀଡ଼ିତା ବିଧବା ମହିଳାଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା। ହସ୍ପିଟାଲରେ ଚିକିତ୍ସା ସମୟରେ ମହିଳା ଗର୍ଭବତୀ ହୋଇଥିବା କଥା ଡାକ୍ତର କହିଥିଲେ। ପୀଡ଼ିତା ବିଧବା ମହିଳାଙ୍କୁ ପଚରାଉଚାର କରିବା ପରେ ସେ ସବୁ କଥା କହିଥିଲେ। ପୀଡ଼ିତାଙ୍କ ବାପା ପଡ଼ୋଶୀ ଯୁବକ ନାଁରେ ଏତଲା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରି ନାହିଁ।

   Related Posts