ସ୍ୱାମୀର ହାତଗୋଡ ବାନ୍ଧି ସ୍ତ୍ରୀକୁ ଗଣଦୁଷ୍କର୍ମ, ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଧମକ

Published By : Prameya-News7 Bureau | July 16, 2020 IST

ଭୋପାଳ ୧୬|୦୭: ମଧ୍ୟ ପ୍ରଦେଶର ବଡଓ୍ୱାନୀ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ଟ୍ୱିଟ୍ କରାଯାଇ ଏନେଇ ଶିବରାଜ ସିଂ ସରକାରଙ୍କୁ ଅବଗତ କରାଯିବା ସହ ସମାଲୋଚନା ମଧ୍ୟ କରାଯାଇଛି । ଜିଲ୍ଲାର ଠୀକରି ଅନ୍ତର୍ଗତ ବରଫାଟକ ଗ୍ରାମରେ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସୀରେ, ବରଫାଟକ ଗ୍ରାମର ଜଣେ ୩୦ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କ ସହ ବାଇକରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ତେବେ ବାଟରେ ସେ ଶୌଚ ପାଇଁ ଅଟକିଥିଲେ । ରାସ୍ତାରେ ଥିବା ଏକ ଜଙ୍ଗଲକୁ ସେ ଶୌଚ ହେବାକୁ ଯାଇଥିଲେ । ତେବେ ମହିଳାଜଣଙ୍କ ନଫେରିବାରୁ ସ୍ୱାମୀ ଜଙ୍ଗଲରୁ ଯାଇଥିଲେ । ମହିଳାଙ୍କୁ ୪ ଜଣ ଘେରି ରହିଥିବା ବେଳେ ସ୍ୱାମୀଙ୍କୁ ମଧ୍ୟ ବାନ୍ଧି ଦେଇଥିଲେ । ଏହାପରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହାସହ ସେମାନଙ୍କ ନିକଟରୁ ୨୪ ହଜାର ଟଙ୍କା ମଧ୍ୟ ଲୁଟିନେଇଥିଲେ ।

ଏହାସହ ପୋଲିସକୁ ସୂଚନା ଦେଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । କିନ୍ତୁ ବୁଧବାର ମହିଳାଜଣଙ୍କ ପତିଙ୍କ ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ମାମଲାକୁ ଗୁରୁତର ସହ ନେଇ ଯାଞ୍ଚ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.