ଗୋଟିଏ ସ୍ଥାନରେ ନାବାଳିକାଙ୍କ ଅର୍ଦ୍ଧନଗ୍ନ ମୃତଦେହ ଅନ୍ୟ ସ୍ଥାନରେ ଅନ୍ୟଜଣେ ନାବାଳିକାଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର- ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ

Published By : Prameya-News7 Bureau | December 24, 2019 IST

ରାୟଗଡା/ପଦ୍ମପୁର ୨୪।୧୨- ନିଖୋଜ ନାବାଳିକାର ମୃତଦେହ ଜଙ୍ଗଲରୁ ଉଦ୍ଧାର । ରାୟଗଡା ଚିଚିପଙ୍ଗା ଗାଁ ଜଙ୍ଗଲରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ନାବାଳିକାର ମୃତଦେହ ମିଳିଛି । ନାବାଳିକାକୁ ହତ୍ୟା ପରେ ଫିଙ୍ଗିଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଘଟଣାକୁ ନେଇ ଉତ୍ତେଜନା ଲାଗିଛି । ସେପଟେ ପଦ୍ମପୁର ଜଙ୍ଗଲରୁ ଅନ୍ୟଜଣେ ନାବାଳିକାର କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

{"id":202140,"sizeSlug":"large"}

୩ ଦିନ ପରେ ମିଳିଲା ଜଙ୍ଗଲରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ । ରାୟଗଡା ଚିଚିପଙ୍ଗା ଗାଁ ନିକଟସ୍ଥ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାର ମୃତଦେହ ଜବତ କରିଛି ପୋଲିସ । ଗତ ଶନିବାର ଠାରୁ ଚନ୍ଦ୍ରପୁର ଗାଁର ନାବାଳିକା ଜଣଙ୍କ ବଜାରକୁ ଆସି ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ଏଥିପ୍ରତି ସେତେଟା ଗୁରୁତ୍ବ ଦେଇନଥିଲା ।

{"id":202141,"sizeSlug":"large"}

ତେବେ ପରିବାର ଲୋକେ ଓ ଗ୍ରାମବାସୀ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା ଆଜି ରୋକ କରିଥିଲେ l ରାୟଗଡାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ଜଙ୍ଗଲ ନିକଟରେ ଖୋଜା ଖୋଜି ପରେ ମୃତ ଦେହ ଠାବ କରାଯାଇଥିଲା । ନାବାଳିକା ଜଣକ ଶନିବାର ଦିନ ବଜାରରୁ ଘରକୁ ଫେରୁଥିବା ବେଳେ ବନ୍ଦ୍ରି ଗାଁର ଜଣେ ଯୁବକ ତାଙ୍କୁ ଘରେ ଛାଡି ଦେବା ବାହାନା କରି ସାଥିରେ ଆଣିଥିଲା । ପରେ ନାବାଳିକାର ପତ୍ତା ମିଳିନଥିଲା । ଆଜି ମୃତଦେହ ଉଦ୍ଧାର ପରେ ସେହି ଯୁବକ ହିଁ  ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ତେବେ ଘଟଣାର ତଦନ୍ତ ଚାଲିଥିବା କହି ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।

{"id":202142,"sizeSlug":"large"}

ସେପଟେ ସମାନ ଧରଣର ଘଟଣା ଦେଖିବାକୁ ମିଳିଛି ବରଗଡ ପଦ୍ମପୁର ଅଞ୍ଚଳରେ । ପଦ୍ମପୁର ନିକଟସ୍ଥ ଜଙ୍ଗଲରୁ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୋଲିସ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗତ ଶୁକ୍ରବାର ନାବାଳିକା ଶୌଚ ପାଇଁ ଯାଇ ଆଉ ଫେରିନଥିଲେ । ନିଖୋଜ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ଗାଁର କିଛି ଲୋକ ଜଙ୍ଗଲ ରାସ୍ତା ଦେଇ ଶୌଚ ପାଇଁ ଯାଉଥିବାବେଳେ ନାବାଳିକାଙ୍କ ମୃତଦେହ ପଡିଥିବା ଦେଖି ପାଇକମାଳ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

{"id":202143,"sizeSlug":"large"}

ରାଜ୍ୟର ଏହି ଦୁଇଟି ଘଟଣା ନାରୀଙ୍କ ସୁରକ୍ଷା ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଭୟ ଘଟଣାର ନିରପେକ୍ଷ ତଦନ୍ତ ସହ ଅପରାଧୀଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.