୪ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଯୁବକକୁ ପିଟି ପିଟି ମାରିଦେଲେ ପୀଡିତାଙ୍କ ପରିବାର ଲୋକେ
24/12/2020 at 9:15 PM

ପାଟଣା ୨୪/୧୨ : ବିହାରର କୈମୁରରେ ଜଣେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବିଷୟରେ ଜଣାପଡିବା ପରେ ପରିବାର ଲୋକେ ଅଭିଯୁକ୍ତକୁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଯୁବକଜଣକର ନାଁ ସିପୁ କୁମାର ଏବଂ ସେ ପୀଡିତା ଶିଶୁଟିର ପଡୋଶୀ ।
ତେବେ ମୃତକଙ୍କ ପରିବାରଲୋକଙ୍କ ବୟାନ ପରେ ହତ୍ୟା ମାମଲାରେ ପୀଡିତା ଶିଶୁଟିର ଚାଚାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଉଭୟ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି । ପୀଡିତା ପରିବାର ଲୋକ ଅଗିଯୋଗ କରିଛନ୍ତି ଯେ, ଯୁବକଜଣକ ଚକୋଲେଟ ଦେବାକୁ କହି ଶିଶୁଟିକୁ ନିକଟରେ ଥିବା ପଞ୍ଚାୟତ ଅଫିସ ପରିସରକୁ ନେଇଯାଇଥିଲା । ସେଠାରେ ଦୁଷ୍କର୍ମ କରିବା ପରେ ପୁଣି ଘରେ ଆଣି ଛାଡିଦେଇଥିଲା ।
ଘରେ ପହଞ୍ଚି ଶିଶୁଟି ପରିବାର ଲୋକଙ୍କୁ ଘଟଣା ବିଷୟରେ ଅବଗତ କରାଇବା ପରେ ପରିବାର ଲୋକଙ୍କ ଉତ୍ତେଜିତ ହୋଇପଡିଥିଲେ । ଏହା ପରେ ଅଭିଯୁକ୍ତ ଯୁବକକୁ ଗାଁରେ ଖୋଜିଖୋଜି ଆରମ୍ଭ କରିଦେଇଥିଲେ । ଅଭିଯୁକ୍ତଜଣକ ଭୟରେ ଗୋଟିଏ ଗଛ ଉପରେ ଲୁଚିଯାଇଥିଲା । ତେବେ କୌଣସି ସୂତ୍ରରୁ ପୀଡିତାର ପରିବାର ଲୋକ ଜାଣିପାରି ଯୁବକଙ୍କୁ ନିସ୍ତୁକ ପିଟିଥିଲେ । ଅତ୍ୟଧିକ ମାଡମାରିବାରୁ ଘଟଣାସ୍ଥଳରେ ହିଁ ଯୁବକର ମୃତ୍ୟୁ ଘଡିଥିବା କହିଛି ପୋଲିସ । ଘଟଣାରେ ଉଭୟ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏସପି ଦିଲନଓ୍ବାଜ୍ ଅହମ୍ମଦ କହିଛନ୍ତି, ପୋଲିସ ଘଟଣାର ତଦନ୍ତ କାରି ରଖିଛି ଏବଂ ହତ୍ୟା ମାମଲାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।