ବିବାହ ପ୍ରତିଶ୍ରୃତି ଦେଇ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ : କଣ୍ଟ୍ରାକ୍ଟର ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | July 24, 2020 IST

ମୁମ୍ବାଇ ୨୪/୭: ସାନ୍ତାକ୍ରୃଜ୍ ଅଞ୍ଚଳରେ ଅଭିନେତ୍ରୀଙ୍କୁ ବିବାହ ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ କଣ୍ଟ୍ରାକ୍ଟର ବିରୋଧରେ ମାମଲା ରୁଜୁ କରାଯାଇଛି। ମୁମ୍ବାଇ ପୋଲିସ୍ ସୁଦୀପ କୁମାର ଶାହ ନାମକ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରିଛି।

ପୋଲିସ ନିକଟରେ ଅଭିଯୋଗ କରି ଅଭିନେତ୍ରୀ କହିଛନ୍ତି ଯେ ସେ ଓଶିବାରା ଅଞ୍ଚଳରେ ରୁହନ୍ତି ଏବଂ ସେ ସୁଦୀପ କୁମାର ଶାହକୁ ୨୦୧୬ମସିହାରୁ ଜାଣନ୍ତି। ଶାହ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୃତି ଦେଇଥିଲା। ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା। କିନ୍ତୁ ଏବେ ପୀଡ଼ିତାଙ୍କୁ ଜଣା ପଡ଼ିଛି ଯେ ଶାହ ପୂର୍ବରୁ ବିବାହିତ।

ପୀଡ଼ିତା ଅଭିନେତ୍ରୀ ନିଜ ଅଭିଯୋଗରେ ଏହା ମଧ୍ୟ କହିଛନ୍ତି ଯେ ସୁଦୀପ ଶାହ ଏକ ଆପାର୍ଟମେଣ୍ଟ କିଣିବା ପାଇଁ ତାଙ୍କଠୁ ଟଙ୍କା ଧାର ନେଇଥିଲେ। ଅଭିଯୁକ୍ତ ସୁଦୀପ କୁମାର ଶାହ ବିରୋଧରେ ଆଇପିସି ଧାରା ୩୭୬ ଅନୁସାରେ ମାମଲା ରୁଜୁ କରାଯାଇଛି। ଏବେ ଯାଏଁ ତାକୁ ଗିରଫ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.