Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ରାହୁଲଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା

13/12/2019 at 10:41 PM

ନୂଆଦିଲ୍ଲୀ ୧୩।୧୨ – ରାହୁଲଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା । ବିଜେପି – କଂଗ୍ରେସ ଭିତରେ ଯୁଦ୍ଧଂ ଦେହି ଡାକରା । ଝାଡଖଣ୍ଡର ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧି ଗତକାଲି କହିଥିଲେ ଏବେ ଦେଶରେ ମେକ୍ ଇନ ଇଣ୍ଡିଆ ବଦଳରେ ରେପ୍ ଇନ ଇଣ୍ଡିଆ ଚାଲିଛି । ପ୍ରତିଦିନ ଖବର କାଗଜ ପୃଷ୍ଟା ଓଲଟାଇଲେ ମୋଦିଙ୍କ ଇଣ୍ଡିଆରେ ରେପ୍ ଖବର ଭରିଯାଉଛି ।

ରାହୁଲ ଗାନ୍ଧିଙ୍କ ଏହି ମନ୍ତବ୍ୟ ନାରୀ ସମାଜ ପ୍ରତି ଉପହାସ ଅଭିଯୋଗ ଆଣି ଉଭୟ ଲୋକସଭା ଓ ରାଜ୍ୟସଭାରେ ଗର୍ଜିଛନ୍ତି ବିଜେପି ସଦସ୍ୟ । ବିଶେଷକରି ବିଜେପିର ମହିଳା ସଦସ୍ୟମାନେ ରାହୁଲଙ୍କ ବିରୁଦ୍ଧରେ ଠିଆ ହୋଇଛନ୍ତି। ଲୋକସଭାରେ ଯାହାର କମାଣ ସମ୍ଭାଳିଥିଲେ ସ୍ମୃତି ଇରାନୀ । ସ୍ମୃତି କହିଥିଲେ, ଭାରତ ଇତିହାସରେ ପ୍ରଥମକରି ଜଣେ ନେତା ରାହୁଲ ଗାନ୍ଧି ଯିଏ ସାରା ଦେଶକୁ ଆହ୍ବାନ ଦେଇଛନ୍ତି ମହିଳାଙ୍କୁ ରେପ୍ କରାଯାଉ ବୋଲି । ଯାହା ଲଜ୍ଜାର ବିଷୟ । ତେବେ ରାହୁଲଙ୍କ ସମର୍ଥନରେ ଠିଆ ହୋଇଥିଲା କଂଗ୍ରେସ ।

ରାହୁଲଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ସଂସଦରେ ସିନା ଝଡ, ହେଲେ ରାହୁଲ ଶୁଣିବାକୁ ନାରାଜ । ରାହୁଲଙ୍କ ପାଲଟା ଯୁକ୍ତି, ଆଗ ମୋଦି ଭୁଲ ମାଗିଲେ ସେ ମାଗିବେ । ଆଜି ଟ୍ବିଟ କରି ୨୦୧୪ ସାଧାରଣ ନିର୍ବାଚନ ଆଗରୁ ମୋଦି ଦେଇଥିବା ଏକ ବକ୍ତବ୍ୟକୁ ସାମ୍ନାକୁ ଆଣିଛନ୍ତି ରାହୁଲ। ଯେଉଁଥିରେ ମୋଦି ଦିଲ୍ଲୀ ରେପ୍ କ୍ୟାପିଟାଲ ପାଲଟିଛି ବୋଲି କହିଥିଲେ।  ନିର୍ଭୟା କେସ୍ କୁ ନେଇ ସାରା ଦେଶ ହୁଲସ୍ତୁଲ ହେଉଥିବା ବେଳେ ସେସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ଏଭଳି ମନ୍ତବ୍ୟ ଦେଇଥିଲେ ।

ରେପ୍ କୁ ନେଇ ନେତାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପୂର୍ବରୁ ଅନେକ ଥର ଘମାସାନ ହୋଇଛି ।  ଏବେ ରାହୁଲଙ୍କ ବକ୍ତବ୍ୟକୁ ନେଇ ପୁଣି ଏକ ନୂଆ ରାଜନୈତିକ ଫର୍ଦ୍ଦ ଯୋଡ଼ି ହୋଇଛି।  

   Related Posts