ରାଜସ୍ଥାନ ଅଲଓ୍ବରରେ ପୁଣି ଗଣ ଦୁଷ୍କର୍ମ, ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଓ କମ୍ପାଉଣ୍ଡରଙ୍କ ବିରୋଧରେ ଆସିଛି ଅଭିଯୋଗ

Published By : Prameya-News7 Bureau | May 11, 2019 IST

ଅଲଓ୍ବାର ୧୧।୫:  ରାଜସ୍ଥାନ ଅଲଓ୍ବରରେ ପୁଣି ଗଣ ଦୁଷ୍କର୍ମ ଅଭିଯୋଗ । ଏଥର ଅଭିଯୋଗ ଆସିଛି କଠମୁର ସରକାରୀ ହସ୍ପିଟାଲର କମ୍ପାଉଣ୍ଡର ଓ ୧୦୮ ଡ୍ରାଇଭରଙ୍କ ବିରୋଧରେ। ହସ୍ପିଟାଲର ଡେଲିଭରି ଓ୍ବାର୍ଡରେ ଜଣେ ମହିଳାଙ୍କ ମୁହଁରେ କପଡା ଦେଇ ଡ୍ରାଇଭର ଓ କମ୍ପାଉଣ୍ଡର ଗଣ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଜଣାପଡିବା ପରେ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।  ପୋଲିସ ମାମଲାର ରୁଜୁକରି ଅଭିଯୁକ୍ତମାନଙ୍କର ତଲାସ ଜାରି ରଖିଛି।

{"id":110998}

ପୀଡିତାଙ୍କ ଚିହ୍ନଟ ହୋଇଛି ଓ ସେ ଅଲଓ୍ବର  କଠମୁରର ବାସିନ୍ଦା। ମହିଳା ତାଙ୍କର ଗର୍ଭବତୀ ବୋହୂକୁ ହସ୍ପିଟାଲରେ ଆଡମିଟ କରିଥିବା ବେଳେ ତାଙ୍କର ଆଟେଣ୍ଡାଣ୍ଟ  ଥିଲେ। ଗତ ମେ ୭ ତାରିଖ ରାତିରେ ହସ୍ପିଟାଲର କମ୍ପାଉଣ୍ଡର ତାଙ୍କ ବେଡ ନିକଟକୁ ଆସି ପ୍ରସୂତିଙ୍କ କାଗଜ ପ୍ରସ୍ତୁତ କରିବା ବାହାନାରେ ତାଙ୍କୁ ଡାକିଥିଲେ। ତାଙ୍କୁ ଡେଲଭରି ଓ୍ବାର୍ଡକୁ ନେଇ ସେଠାରେ ପୂର୍ବରୁ ଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ମିସି ଗଣ ଦୁଷ୍କର୍ମ କରିଥିବା ନେଇ ମହିଳା ପୋଲିସରେ ଅଭିଯୋଗ କରିଛନ୍ତି।  ସେମାନେ ମହିଳାଙ୍କ ବୋହୂ ଓ ନବଜାତ ଶିଶୁକୁ ମାରିଦେବା ଧମକ ଦେଇ ତାଙ୍କ ପ୍ରତି ଦୁଷ୍କର୍ମ କରିବା ମହିଳା କହିଛନ୍ତି । ଏଣୁ ନବାଜାତ ଶିଶୁ ସହ ବୋହୂ ହସ୍ପିଟାଲରୁ ଡିଶ୍ଚାର୍ଯ ହେବା ପରେ ସେ ନିଜେ କଠମୁର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ତଲାସ ଜାରି ରଖିଛି। 

{"id":110999}

ଗତ ସପ୍ତାହରେ ଅଲଓ୍ବର ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ଚର୍ଚ୍ଚା ଥମିନି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଦାବି କରୁଥିବା ବେଳେ ନୂଆ  ଅଭିଯୋଗ ଏବେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଅଭିଯୁକ୍ତମାନେ ଖୁବ ଶୀଘ୍ର ଧରାପଡିବେ ବୋଲି କଠମୁର ଥାନା ଆଇଆଇସି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.