Friday, July 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜନଗରରେ ଚାଞ୍ଚଲ୍ୟ : ସ୍ତ୍ରୀକୁ ପରପୁରୁଷ ହାତରେ ଟେକିଦେଲା ସ୍ବାମୀ, ଯୋଡାରେ ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ

ଭୁବନେଶ୍ବର୨୫|୬: ରାଜନଗରରେ ଚାଞ୍ଚଲ୍ୟ । ସ୍ବାମୀର ଉପସ୍ଥିତିରେ ସ୍ତ୍ରୀର ଜ୍ଜତ ନେଲା ସାଙ୍ଗ । ଆଉ ସ୍ତ୍ରୀ ବିରୋଧ କରିବାରୁ ସ୍ବାମୀ ମାରିଲା ନିସ୍ତୁକ ମାଡ । ପିଡିତା ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଲେ । ତେବେ ୫ ଦିନ ପରେ ମଧ୍ୟ ପୁଲିସ୍ ଚୁପ୍ ହୋଇ ବସିଥିବା ଅଭିଯୋଗ ହୋଇଛି । ସେପଟେ ଯୋଡାରେ ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି ।….

ପର ପୁରୁଷକୁ ସ୍ତ୍ରୀକୁ ଟେକିଦେଲା ସ୍ବାମୀ । ସ୍ବାମୀର ସହମତିରେ ସ୍ବାମୀର ସାଙ୍ଗକଲା ଦୁଷ୍କର୍ମ । ପ୍ରତିବାଦ କରିବାକୁ ସ୍ତ୍ରୀକୁ ନିସ୍ତୁକ ପିଟିଲା ସ୍ବାମୀ । ଏମିତି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ । ସ୍ଥାନୀୟ ବଳରାମପୁର ଗାଁର ବ୍ରଜ ମଳିକ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା । ମହିଳାଙ୍କ ଅଭିଯୋଗର ସାଂଘାତିକ ଦିଗଟି ହେଲା ତାଙ୍କ ସ୍ବାମୀଙ୍କ ଆଚରଣ । ଗଲା ୨୦ତାରିଖ ରାତିରେ ମହିଳା ଜଣକ ଘରେ ଶୋଇଥିବା ବେଳେ ଗାଁର ବ୍ରଜ ମଳିକ ତାଙ୍କୁ ଦୁଷ୍କର୍ମ କରିଥିଲା । ତାହା ପୁଣି ତାଙ୍କ ସ୍ବାମୀ ପ୍ରଭାତଙ୍କ ଉପସ୍ଥିତିରେ । ମହିଳା ପ୍ରତିବାଦ କରିବାରୁ ସ୍ବାମୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଶାଶୁ ଘର ଲୋକେ କିଛି ସମାଧାନ ନକରିବାକୁ ପୀଡିତା ରାଜନଗର ଥାନାରେ ଉଭୟ ପ୍ରଭାତ ଓ ବ୍ରଜ ମଳିକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ହେଲେ ୫ ଦିନ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ହେଲେ ପୋଲିସ କହିଛି ଖୁବ୍‌ ଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ।

ସେପଟେ କେନ୍ଦୁଝର ଯୋଡାରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ। ଯୋଡା ଆଜାଦବସ୍ତି ନିକଟ ପଣସଗୁଡା ପଡିଆରୁ ନାବାଳିକାକୁ ଅର୍ଦ୍ଧନଗ୍ନ ଓ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଯୋଡା ଟାଟା ଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାବାଳିକା ଜଣଙ୍କ ତାଙ୍କର ଜଣେ ସଂପର୍କୀୟା ଆଈଙ୍କ ସହ କମାରଯୋଡ ହୁଡି ସାହିରେ ରହି ପାଠ ପଢୁଥିଲେ ।ନାବାଳିକା ଜଣଙ୍କ ସୋମବାର ରାତିରେ ଶ୍ରୀବାତ୍ସବ ଲାହୋର ଓରଫ ଠାକ୍ରି ନାମକ ଜଣେ ଯୁବକଙ୍କ ସହ ଆଜାଦବସ୍ତି ପଡିଆ ନିକଟରେ ବସି କଥା ହେଉଥିବା ବେଳେ ସେଠାରେ କିଛି ଦୁର୍ବୃତ୍ତ ପହଞ୍ଚି ଥିଲେ । ଉଭୟଙ୍କୁ ଧମକ ଚମକ ଦେଇ ଶ୍ରୀବାତ୍ସବଙ୍କୁ ମାଡ ମାରିଥିଲେ । ପରିବାର ଲୋକଙ୍କୁ ଡାକି ଆଣିବା ପରେ ଯାଇ ନାବାଳିକାକୁ ଛଡାଯିବ ବୋଲି କହିଥିଲେ । ପରେ ନାବାଳିକାକୁ ଟେକିନେଇ ଏକ ନିର୍ଜନ ସ୍ଥାନରେ ଦୁଷ୍କର୍ମ କରିଥିବା ଶ୍ରୀବାତ୍ସବଙ୍କ ମାମୁଁ କହିଛନ୍ତି । ତେବେ ନାବାଳିକାର ପରିବାର ଲୋକେ ଏହି ଘଟଣାରେ ଶ୍ରୀବାତ୍ସବର ହାତ ଥିବା ଅଭିଯୋଗ କରିଛନ୍ତି । ଶ୍ରୀବାତ୍ସବଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପୋଲିସ ଘଟଣାରେ ତଦନ୍ତ ଚଳାଇଛି ।

ପୀଡିତାଙ୍କ ଅବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କ ବୟାନକୁ ଆଧାରକରି ପୋଲିସ ଆଗକୁ ବଢିବ ବୋଲି କହିଛି । ତେବେ  ସଭ୍ୟ ସମାଜରେ ଏଭଳି ଦୁଇ ଦୁଇଟି  ଘଟଣା ନାରୀ ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

152 Views

   ସମ୍ବନ୍ଧିତ ଖବର