Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଷ୍କର୍ମ ମାମଲାରେ ଟିଭି ଅଭିନେତା କରନ ଓବେରଏଙ୍କ ଜାମିନ ଆବେଦନ ଖାରଜ

17/05/2019 at 6:59 PM

ମୁମ୍ବାଇ ୧୭/୫ : ଲୋକପ୍ରିୟ ହିନ୍ଦୀ ଟିଭି ଶୋ ଯଶସ୍ୱୀ ଜସ୍ସି ଜୈସି କୋଇ ନହିଁର ଅଭିନେତା କରନ ଓବେରଏ ଦୁଷ୍କର୍ମ ମାମଲାରେ ପୋଲିସ ହେପାଜତରେ ଅଛନ୍ତି । ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କରନ ଓବେରଏଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ । ଆଜି କରନଙ୍କ ଓକିଲ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ କୋର୍ଟ କରନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । କରନଙ୍କ ଓକିଲ କୋର୍ଟରେ ଏକ ତରଫା ସମ୍ପର୍କ ସହ ଅନେକ ଦଲିଲ ପେଶ କରିଥିଲେ ।

ସେ କହିଥିଲେ ଯେ, ଅଭିଯୋଗକାରୀ ମହିଳା ନାନା ଉପହାର ଦେଇ କରନଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଇଚ୍ଛା ପୁରଣ ନହେବାରୁ ସେ କରନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି । ଅପରପକ୍ଷରେ ମହିଳାଙ୍କ ଓକିଲ ମଧ୍ୟ କୋର୍ଟରେ ନିଜ ଦଲିଲ ପେଶ କରିଥିଲେ । ସେ କହିଥିଲେ ଯେ, କରନ ମହିଳାଙ୍କ ସହ ଜୋର ଯବରଦଶ୍ତ ଶାରିରୀକ ସମ୍ପର୍କ ରଖିଥିଲେ । କେବଳ ଏତିକି ନୁହେଁ, ମହିଳାଙ୍କ ସହ ଅନ୍ତରଙ୍ଗ ମୁହିୁର୍ତ୍ତର ଭିଡିଓ ଭାଇରାଲ କରିଦେବେ କହି ତାଙ୍କ ଠାରୁ ଟଙ୍କା ମଧ୍ୟ ହଡପ କରୁଥିଲେ । ଜଜ୍ ଉଭୟ ପକ୍ଷର ଦଲିଲ ଶଣିବା ପରେ କରନଙ୍କ ଜାମିନ ଆବେଦନ ଖାରଜ କରିଥିଲେ ।

ରିପୋର୍ଟ ଅନୁଯାୟୀ, ୨୦୧୬ ଅକ୍ଟୋବର ମାସରେ ଡେଟିଂ ଆପ ଜରିଆରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ଏହାପରେ ଉଭୟ ମଧ୍ୟରେ ବନ୍ଧୁତା ହୋଇଥିଲା । ଧିରେ ଧିରେ ଉଭୟଙ୍କ ସମ୍ପର୍କ ନିବିଡ ହୋଇଥିଲା ।

ପୀଡିତା କହିଛନ୍ତି ଯେ, କରନ ସବୁବେଳେ ତାଙ୍କୁ ନିଜ ଫ୍ଲାଟକୁ ଡାକୁଥିଲେ । କରନ ତାଙ୍କୁ ପଇଡ ପାଣି ପିଇବା ପାଇଁ ଦେଇଥିଲେ । ପଇଡ ପାଣି ପିଇବା ପରେ ତାଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ବେହୋସ ହୋଇଯାଇଥିଲେ । ବେହୋସ ଅବସ୍ଥାରେ କରନ ତାଙ୍କ ସହ ଦୁଷ୍କର୍ମ କରିଥିବା ମହିଳା କହିଛନ୍ତି । ଦୁଷ୍କର୍ମ ଭିଡିଓ ମଧ୍ୟ ସେ ରେକଡିଂ କରିଛନ୍ତି ବୋଲି ପୀଡିତା କହିଛନ୍ତି ।

   Related Posts