କଂଗ୍ରେସ ବିଧାୟକଙ୍କ ବିରୋଧରେ ସଂଗୀନ ମାମଲା : ଲକ୍ଷ ଲକ୍ଷ ଟଙ୍କାରେ ଯୁବତୀ କିଣି କରୁଥିଲେ ଦୁଷ୍କର୍ମ

Published By : Prameya-News7 Bureau | June 04, 2019 IST

ଗୋଆର କଂଗ୍ରେସ ବିଧାୟକ ଅତାନାସିୟୋ ମୋନସେରାତେଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧ ମାମଲା ଚାଲିଛି । ମୁକଦ୍ଦମା ରଦ୍ଦ କରିବା ପାଇଁ ସେ ଅପିଲ କରିଥିଲେ । କିନ୍ତୁ ଗୋଆର ଏକ ଅଦାଲତ ତାଙ୍କ ଅପିଲକୁ ରଦ୍ଦ କରିଦେଇଛନ୍ତି । ୨୦୧୬ ମସିହାରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା ।

{"id":119475}

ପୀଡିତା କହିଥିଲେ ଯେ, ମୋନସେରାତେ ତାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପୂର୍ବରୁ ପୀଡିତାଙ୍କୁ ଡ୍ରଗ୍ସ ଦିଆଯାଇଥିଲା । ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବାପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ସେ ୮ ଦିନ ଜେଲରେ ଥିଲେ । କିନ୍ତୁ ପରେ ତାଙ୍କୁ ଜାମିନ ମିଳିଯାଇଥିଲା । କୋର୍ଟଙ୍କ ନିର୍ଦେଶ ପରେ ଜୁନ ୧୨ ତାରିଖରେ ମୋନସେରାତେଙ୍କ ମାମଲାର ଶୁଣାଣି ହେବ । ଗତ ସପ୍ତାହରେ ମଧ୍ୟ ମୋନସେରାତେ ଏବଂ ଅନ୍ୟ ୨ ଜଣଙ୍କ ବିରୋଧରେ ମହିଳାଙ୍କୁ ଅସଦାଚରଣ ମାମଲା ରୁଜ୍ଜୁ ହୋଇଛି ।

{"id":119476,"width":582,"height":364}

୨୦୧୬ ମାମଲାରେ କଂଗ୍ରେସ ବିଧାୟକଙ୍କୁ ଅଦାଲତରେ ପୋକସୋ ଆକ୍ଟର ସାମ୍ନା କରିବାକୁ ପଡିବ । ସେ ଲଗାତାର ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି କହୁଛନ୍ତି ।

ମୋନସେରାତେ ୨୦୧୯ ମସିହାରେ କଂଗ୍ରେସରେ ସାମିଲ ହୋଇଥିଲେ । ଆଇଏଏନଏସ ଅନୁଯାୟୀ, ସେ ସବୁବେଳେ ଦଳ ବଦଳାଉଥାନ୍ତି । ଦଳ ବଦଳାଇବାରେ ତାଙ୍କର ନାଁ ଅଛି । ସେ ନିଜ ରାଜନୈତିକ କ୍ୟାରିଅର ୟୁନାଇଟେଡ଼ ଗୋଆ ଡେମକରତିକ ପାର୍ଟିରୁ ଆରମ୍ଭ କରି ବିଧାୟକ ହୋଇଥିଲା ।

{"id":119477,"width":585,"height":329}

୨୦୦୪ ମସିହାରେ ମୋନସେରାତେ ବିଜେପିରେ ଯୋଗ ଦେଇଥିଲେ । ୨୦୦୭ରେ ପୁଣି ନିଜ ପୁରୁଣା ଦଳକୁ ଫେରି ଆସିଥିଲେ । କିଛି ବର୍ଷ ପୁଣି ଦଳ ବଦଳାଇ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ୨୦୧୫ ମସିହାରେ ଦଳ ବିରୋଧୀ ଗତିବିଧି ପାଇଁ ତାଙ୍କୁ ଦଳରୁ ବାହାର କରିଦିଆଯାଇଥିଲା । ଏହାପରେ ସେ ଗୋଆ ଫରୱାର୍ଡ଼ରେ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.