ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ନିଶା ଦେଇ କରୁଥିଲେ ଏହି ଅଭିନେତ୍ରୀଙ୍କ ଯୌନ ଶୋଷଣ

Published By : Prameya-News7 Bureau | June 28, 2019 IST

ମୁମ୍ବାଇ୨୮|୬: ବଲିଉଡର ଜଣେ ନାମୀ  ଅଭିନେତ୍ରୀ  ଏବେ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ମାମଲା ରୁଜୁ କରିବା ପରେ ଏହି ବିଷୟରେ ସମସ୍ତ କଥା ପ୍ରକାଶ କରିଛନ୍ତି।   ସୂଚନାଯୋଗ୍ୟ ଯେ, ଏହି ଅଭିନେତ୍ରୀଙ୍କ ସହ ଦୀର୍ଘ ଦିନ ହେଲା ରିଲେଶନରେ ଥିଲେ ଆଦିତ୍ୟ।

କିଛି ଦିନ ହେଲା ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଝଗଡା ଚାଲିଛି।  ଏହା ପୂର୍ବରୁ ଟିଭି ଅଭିନେତା କରନ ଓବରୋଏଙ୍କ  ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। କିନ୍ତୁ  ତାଙ୍କୁ କୋର୍ଟ  ଜାମିନ ପ୍ରଦାନ କରିଥିଲେ ।  ପରେ ଅବଶ୍ୟ ଜଣାପଡିଥିଲା ଯେ, ଅଭିଯୋଗ ମିଥ୍ୟା ଥିଲା । ଦୁଷ୍କର୍ମ ଅଭିଯୋଗ କରିଥିବା ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

ଏହା ପରେ ପରେ ଏବେ ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ  ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କ ବିରୋଧରେ ଅଭିଯୋଗ କରିଥିବା ଅଭିନେତ୍ରୀ ବଲିଉଡର ଟପ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। କିଛି ଦିନ ହେବ ଅଭିନେତ୍ରୀ ଓ ତାଙ୍କ ବଡ ଭଉଣୀ ଲଗାତାର ପଞ୍ଚୋଲିଙ୍କୁ ସୋସିଆଲ୍‌ ମିଡିଆରେ ଟାର୍ଗେଟ କରୁଥିଲେ।  

୨୦୦୪ ରୁ ୨୦୦୯ ମସିହା ମଧ୍ୟରେ ଆଦିତ୍ୟ ନିଶା ଦେଇ ପୀଡିତାଙ୍କ  ଯୌନ ଶୋଷଣ କରିଥିଲା। ଅଭିନେତ୍ରୀ  ପୀଡିତାଙ୍କର  ଆପତ୍ତିଜନକ ସ୍ଥିତିରେ ଫଟୋ ଉଠାଇ ପରିବାର ଓ ସଂପର୍କୀୟଙ୍କୁ ଦେଖେଇବାକୁ ଧମକ ଦେଇ କୋଟିଏ ଟଙ୍କା  ଦାବି କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପିଡୀତା ୫୦ ଲକ୍ଷ ଟଙ୍କା ଦେଇସାରିଥିଲେ । ଆଉ ୫୦ ଲକ୍ଷ ଟଙ୍କା ପାଇଁ ପିଡୀତାଙ୍କୁ ଆଦିତ୍ୟ ମାରଧର ମଧ୍ୟ କରିଥିଲେ ।

ଏସମ୍ପର୍କରେ ପୋଲିସରେ ଅଭିଯୋଗ କରିବା ପାଇଁ ପିଡୀତା ଚେତାବନୀ ଦେବାପରେ ପୁଣି ତାଙ୍କୁ ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିଲା ।  ପୋଲିସ ଅଭିଯୋଗ ଆଧାରରେ ଆଦିତ୍ୟଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬, ୩୮୪, ୩୪୧,୩୪୨,୩୨୩, ଓ ୪୦୬ ଧାରାରେ ମାମଲା ରୁଜ୍ଜୁ କରିଛି। ବର୍ସିବା ପୋଲିସ ଘଟଣାର ତଦନ୍ତ କରୁଛି ।

ଅପରପକ୍ଷରେ ଆଦିତ୍ୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆମିଥିବା ଅଭିନେତ୍ରୀ ଓ ତାଙ୍କ ବଡ ଭଉଣୀଙ୍କୁ ଆସନ୍ତା ଜୁଲାଇ ୨୬ତାରିଖରେ ଅଦାଲତରେ ହାଜର ହେବା ପାଇଁ ଅନ୍ଧେରୀର ଏକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ତାଙ୍କୁ ଫସାଇବା ପାଇଁ ସଂପୃକ୍ତ ଅଭିନେତ୍ରୀ ଓ ତାଙ୍କ ବଡ ଭଉଣୀ ଚକ୍ରାନ୍ତ କରିଥିବା ଆଦିତ୍ୟ ଅଭିଯୋଗ କରିବା ସହ ତାଙ୍କୁ ଏ ଦୁଇଜଣ ବିଭିନ୍ନ ଧମକ ଦେଉଥିବା ଅଦାଲତରେ ଅଭିଯୋଗ କରିଥିଲେ । ଅଭିନେତ୍ରୀ ଓ ତାଙ୍କ ଭଉଣୀ ଦେଇଥିବା ଧମକର ଷ୍ଟିଂଙ୍ଗ କରି ଆଦିତ୍ୟ କୋର୍ଟରେ ଦାଖଲ କରିଛନ୍ତି ।  

ଅଭିନେତ୍ରୀଙ୍କ ଓକିଲ ଆଦିତ୍ୟ ପଞ୍ଚୋଲିଙ୍କୁ ବଞ୍ଚାଇବାକୁ ଯାଇ ପୋଲିସ ଥାନାକୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ମାମଲା ବିଷୟରେ କିଛି ଜିନିଷ ସ୍ପଷ୍ଟ କରିଥିଲେ । ଆଦିତ୍ୟଙ୍କ ବିଷୟରେ ସେ ଅନେକ କଥା ଲେଖିଥିଲେ । ଅଭିନେତ୍ରୀଙ୍କ ଓକିଲ ଅନୁସାରେ ଆଦିତ୍ୟ ତାଙ୍କ କ୍ଲାଏଣ୍ଟଙ୍କ ନାଁରେ ଯେଉଁଭଳି ଭାବେ ମିଡିଆରେ ଚର୍ଚ୍ଚା କରିଛନ୍ତି ସେଥିପାଇଁ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌। ଏହା ସହ ସେ କହିଛନ୍ତି ଯେ, ଯେଉଁ ମୋବାଇଲ ଫୋନ୍‌ରେ ଆଦିତ୍ୟ ପଞ୍ଚୋଲି ଷ୍ଟିଂଗ କରିବାର ଏକ ତରଫା ଦାବି କରିଥିଲେ ସେହି ମୋବାଇଲ ଜବତ କରାଯାଉ। କାରଣ କେବଳ ଏହା ଦ୍ବାରା ଷ୍ଟିଙ୍ଗର ପୂରା ଫୁଟେଜ୍‌ ସାମ୍ନାକୁ ଆସିବ ଓ ସତ୍ୟ ଘଟଣା ଜଣା ପଡିବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.