Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୁଣି ଦୁଷ୍କର୍ମ, ସାହାଯ୍ୟ କରିବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର

14/12/2019 at 8:22 AM

ହାଇଦ୍ରାବାଦ୧୪/୧୨: ହାଇଦ୍ରାବାଦରେ ପୁଣି ଦୁଷ୍କର୍ମ। ନିକଟରେ ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। ଏହି ଘଟଣାକୁ ମାସେ ନ ପୁରୁଣୁରୁ ପୁଣି ହାଇଦ୍ରାବାଦରେ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିଛି। ଭଉଣୀଙ୍କ ସହ ପୀଡ଼ିତା ଯୁବତୀ ଯିବା ଯିବାବେଳେ ଅଟୋ ଡ୍ରାଇଭର ସାହାଯ୍ୟ କରିବାକୁ କହି ଦୁଷ୍କର୍ମ କରିଛି।

ସୂଚନା ଅନୁସାରେ ନାମପଲ୍ଲୀର ଏକ ଲଜରେ ଯୁବତୀଙ୍କ ସହ ଅଟୋ ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପ୍ରିୟଙ୍କା ରେଡ୍ଡୀଙ୍କ ଘଟଣାରେ ପୂରା ଦେଶରେ ନିଆଁ ଜଳୁଛି। ଏହି ସମୟରେ ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ପୋଲିସ ଛାନଭିନ୍‌ ଆରମ୍ଭ କରିଛି।

କ୍ରାଇମ ସିନ୍‌ ରିକ୍ରିଏଟ୍‌ ସମୟରେ ପ୍ରିୟଙ୍କା ରେଡ୍ଡୀଙ୍କ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ଘଟଣାସ୍ଥଳରେ ଚାରିଜଣ ଅଭିଯୁକ୍ତ ପ୍ରାଣ ହରାଇଥିଲେ। ଏହି ଘଟଣାରେ ପୋଲିସ ଉପରକୁ ଆଙ୍ଗୁଳି ଉଠିଛି। ଏ ନେଇ ତେଲେଙ୍ଗାନା ହାଇକୋର୍ଟ ଯାଞ୍ଚ ପାଇଁ ନିର୍ଦେଶ ଦେଇଛି।

   Related Posts