ପ୍ରସୂତିଙ୍କୁ ଦୁଷ୍କର୍ମ ଉଦ୍ୟମ ,ଫାର୍ମାସିଷ୍ଟ ଗିରଫ
23/09/2019 at 12:00 AM

ଭଦ୍ରକ-ପ୍ରସୂତି ଡାକ୍ତରଖାନା ବେଡ଼ ରେ ଥିବା ବେଳେ ଜଣେ କାମୁକ ଫାର୍ମାସିଷ୍ଟ ଦ୍ୱାରା ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଛନ୍ତି .ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ର ଏକ ଘରୋଇ ନର୍ସିଂହୋମ ରେ .ଭଦ୍ରକ ଗାନ୍ଧୀ ପଡିଆ ରେ ଥିବା ପାଢ଼ୀ ହେଲଥ କେୟାର ରେ ଆଜି ସନ୍ଧ୍ୟା ବେଳେ ଏମିତି ଏକ ଘଟଣା ଘଟିଛି . ଯାଜପୁର ଜିଲ୍ଲା ମଙ୍ଗଳପୁର ଅଂଚଳ ରୁ ଆସିଥିବା ପ୍ରସୂତି ଙ୍କ ର ଦୁଇ ଦିନ ପୂର୍ବ ରୁ ସିଜରିଆନ ହୋଇଛି . ନବଜାତ ଶିଶୁ ପୁତ୍ର ସହ ପ୍ରସୂତି ନିଜ ଶାଶୁ ଙ୍କ ସହ ନର୍ସିଂହୋମ ରେ ଥିଲେ . ଡିଉଟି ରେ ଥିବା ଫାର୍ମାସିଷ୍ଟ ମନୋଜ ସାହୁ ସେଠାରେ ପହଂଚି ତାଙ୍କ ସ୍ୱାମୀ ଙ୍କୁ ଇଞ୍ଜେକ୍ସନ ଆଣିବାକୁ ପଠାଇବା ସହ ଶାଶୁ ଙ୍କୁ ନବଜାତ ଙ୍କ ସହ ବାହାରକୁ ପଠାଇଦେଇଥିଲେ . ପରେ ପ୍ରସୂତି ଙ୍କୁ ରୁମ ରେ ଦୁଷ୍କର୍ମ ଉଦ୍ୟମ କରିଥିଲେ .ଏନେଇ ଭଦ୍ରକ ଟାଉନ ଥାନା ରେ ଅଭିଯୋଗ ହୋଇଛି .ଅଭିଯୁକ୍ତ ଫାର୍ମାସିଷ୍ଟ ମନୋଜ ସାହୁ କୁ ପୋଲିସ ଗିରଫ କରିଛି .