ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ମୁହଁ ବନ୍ଦ ରଖିବାକୁ ସଭାରେ ହେଲା ମୂଲଚାଲ

Published By : Prameya-News7 Bureau | August 22, 2019 IST

ଖୋର୍ଦ୍ଧା ୨୨|୮: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଏ ନେଇ ପୀଡିତାଙ୍କ ପରିବାର ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବାରମ୍ବାର ଅଭିଯୁକ୍ତର ଘର ଏବଂ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲେ ହେଁ ଅଭିଯୁକ୍ତ ଫେରାର ହୋଇଯାଇଛି । ଅନ୍ୟପଟେ ଏହି ଘଟଣାକୁ ଚାପି ଦେବା ଲାଗି ସଭାକରି ପୀଡିତାଙ୍କ ପରିବାରଠାରୁ ସମାଧାନ ପାଇଁ ଜୋରଜବରଦସ୍ତ ଏକ ସାଧା କାଗଜରେ ଦସ୍ତଖତ ନେଇଥିବା ଜଣାପଡିଛି ।

{"id":147260}

ସୂଚନାଯୋଗ୍ୟ ଯେ, ଟାଙ୍ଗୀ ଥାନା ପାଣିଦୁଆର ଗ୍ରାମରେ ଗତ ୧୭ ତାରିଖରେ ଏହି ମାନସିକ ବିକାରଗ୍ରସ୍ତ ଯୁବତୀ ଘରେ ଏକାକୀ ଥିବାର ସୁଯୋଗ ନେଇ ଜଣେ ପଡୋଶୀ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି । ଘଟଣା ଘଟିବାର ପର ଦିନରେ ପାଣିଦୁଆର ଗାଁର ଏକ ସଭା କରାଯାଇ ଘଟଣାର ସମାଧାନ ପାଇଁ ପୀଡିତାଙ୍କ ପରିବାରଠାରୁ  ସାଧା କାଗଜରେ ଦସ୍ତଖତ ନେଇ ଟଙ୍କାଦ୍ଵାରା ମୁହଁ ବନ୍ଦ କରିବାକୁ ଉଦ୍ୟମ କରାଯାଇଥିଲା । ସଭାରେ ମୂଲଚାଲ ମଧ୍ୟ କରାଯାଇଥିଲା । ପ୍ରଥମେ ୫୧ ଟଙ୍କାରୁ ୫ ଶହ, ପରେ ୫ ହଜାର, ପରେ ୧୦ ହଜାର, ପରେ ପରେ ୧୫ ହଜାର ଟଙ୍କା ନେଇ ମୁହଁ ବନ୍ଦ କରିବା ପାଇଁ ସଭାରେ ମୂଲଚାଲ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଇନଥିବା ପୀଡିତାଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।

ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତକୁ ଗିରଫ ଏବଂ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଟାଙ୍ଗୀ ପୋଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଥିବା ଟାଙ୍ଗୀ ଥାନା ନିରୀକ୍ଷକ ସରୋଜ କୁମାର ଉପାଧ୍ୟାୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.