Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅନଶନରେ ବସିଥିବା ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ,ଅଭିଯୁକ୍ତ ଗିରଫ : ପୋଲିସ୍ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

7/10/2019 at 4:37 PM

ଭୁବନେଶ୍ବର ୭/୧୦: ରାଜଧାନୀରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ତାହା ପୁଣି ଖୋଦ୍ ମାଷ୍ଟର କ୍ୟାଣ୍ଟିନ ଛକର କିଛି ଦୂର ଗାନ୍ଧି ମାର୍ଗରେ । ଘଟଣା ଘଟିଛି ରବିବାର ରାତିରେ । ଗାନ୍ଧି ମାର୍ଗରେ ଦୁଇ ଭଉଣୀ ଦୀର୍ଘ ଦିନ ଧରି ଅନଶନରେ ବସିଥିଲେ । ଘଟଣା ସମ୍ପର୍କରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି ।

ବଲାଙ୍ଗିରର ଦୁଇ ଭଉଣୀ ଗତ ଏକବର୍ଷ ଧରି ନିଜର ଦାବି ପୂରଣ ପାଇଁ ଗାନ୍ଧି ମାର୍ଗରେ ଧାରଣାରେ ବସିଛନ୍ତି । ଏଥିପାଇଁ ତାଙ୍କ କ୍ୟାମ୍ପ ନିକଟରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ ମଧ୍ୟ ରହିଛି । ହେଲେ ରବିବାର ରାତିରେ ଜଣେ ଦୁର୍ବୃତ୍ତ ଏହି ଦୁଇ ଭଉଣୀ ଶୋଇଥିବା ସ୍ଥାନରେ ପହଞ୍ଚି ସାନ ଭଉଣୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଏହା ଦେଖି ବଡଭଉଣୀ ଚତୁରତାର ସହିତ ସାନଭଉଣୀକୁ ପୋଲିସ କ୍ୟାମ୍ପକୁ ପଠାଇ ସେଠାରେ କାର୍ଯ୍ୟରତ ପୋଲିସକୁ ଡାକି ଏହି ଯୁବକକୁ ପୋଲିସର ଜିମା ଦେଇଥିଲେ ।

ଗତ ବର୍ଷେ ମଧ୍ୟରେ ଦୁଇଭଉଣୀ ତିନିଥର ତାଙ୍କ ଉପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କମିସନରେଟ ପୋଲିସରେ ଦେଇଛନ୍ତି । ରବିବାର ରାତି ଘଟଣାରେ ପୋଲିସ ମଧ୍ୟ ଏକ ମଦ୍ୟପ ଯୁବକକୁ ଘଟଣାସ୍ଥଳରୁ ଗିରଫ କରି ତାର ଡାକ୍ତରୀ ମାଇନା କରିଛି । ହେଲେ ଏତେ ପୋଲିସ ପହରା ମଧ୍ୟରେ ଅଭଳି ଘ଼ୃଣ୍ୟକାମ କରିବାକୁ ଏହି ଯୁବକ ସାହସ କଲା କିପରି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏବେବି ଗାନ୍ଧି ମାର୍ଗରେ ଏକାଧିକ ସଂଗଠନ ନିଜର ଦାବି ପୂରଣ କରିବାକୁ ଅନଶନରେ ବସିଛନ୍ତି । କମିସନରେଟ ପୋଲିସ ପକ୍ଷରୁ ମଧ୍ୟ ଅସ୍ଥାୟୀ କ୍ୟାମ୍ପ କରାଯାଇ ପୋଲିସ ମୁତୟନ କରାଯାଇଛି । ତଥାପି ଏଭଳି ଅଭିଯୋଗ ଆସିବା ଫଳରେ ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ଠିଆ କରିଛି ।

   Related Posts