ଭଣ୍ଡାରୀପୋଖରୀ କୁରିକଣା ଗାଁରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ବିଫଳ ହେବାରୁ ଲୁଟିନେଲା ସୁନାହାର ଦୁବୃର୍ତ୍ତ

Published By : Prameya-News7 Bureau | March 20, 2019 IST

ଭଣ୍ଡାରୀପୋଖରୀ୨୦|୩: ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଲହୁଲୁହାଣ କରି ସୁନା ହାର ଲୁଟିନେଲା ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା କୁରିକଣା ଗାଁ ରେ । ଯୁବତୀ ଜଣଙ୍କ ବିଧବା ମାଆଙ୍କ ସହ ଗାଁରେ ରହୁଥିଲେ ।

ଭୋର ସମୟରେ ନିତ୍ୟକର୍ମ ପାଇଁ ଯିବା ସମୟରେ ସେହି ଗାଁର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଥିରେ ଯୁବତୀ ଜଣଙ୍କ ଆହତ ହୋଇଥିବା ବେଳେ ଯୁବତୀଙ୍କ ସୁନାହାର ଲୁଟିନେଇଛି ଅଭିଯୁକ୍ତ । ପୀଡ଼ିତା ଏ ନେଇ ଭଣ୍ଡାରୀପୋଖରୀ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.