ପୁଣି ଲଜ୍ଜା, କନ୍ଧମାଳ ଜିଲ୍ଲା କୋଟଗଡ଼ରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

Published By : Prameya-News7 Bureau | September 23, 2018 IST

କନ୍ଧମାଳ ୨୨/୯: ଲଜ୍ଜା । ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । କନ୍ଧମାଳ ଜିଲ୍ଲା କୋଟଗଡ଼ରେ ଘଟିଛି ଏହି ଅଭାବନୀୟ ଘଟଣା । ତୃତୀୟ ଶ୍ରେଣୀରେ ପଢୁଥିବା ନାବାଳିକା ଅପରାହ୍ନ ୨ଟା ରେ ଶୌଚ ପାଇଁ ଯାଇଥିଲା । ଦୀର୍ଘ ସମୟ ପରେ ବି ସେ ଘରକୁ ନଫେରିବାରୁ , ପରିବାର ଲୋକେ କୋଟଗଡ଼ ଥାନାରେ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି କରିବା ପରେ, ନିକଟସ୍ଥ ହାତକଟା ନାଳ ନିକଟ ଜଙ୍ଗଲରୁ ନାବାଳିକାର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି । କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ୍ କହିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ତୀବ୍ର ହେଲାଣି । କ୍ଷତିପୂରଣ ଓ ଦୁର୍ବୃତ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଲୋକେ ହାଟପଦା ନିକଟରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି । ଫଳରେ ମୁନିଗୁଡ଼ା-ବ୍ରହ୍ମପୁର ମଧ୍ୟରେ ଗାଡ଼ି ଚଳାଚଳ ବହୁ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.