ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ : ୩ଦିନ ପରେ ମିଳିଲା ମୃତଦେହ

Published By : Prameya-News7 Bureau | December 24, 2019 IST

ରାୟଗଡ଼ା ୨୪/୧୨: ନିଖୋଜ ନାବାଳିକାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି ।ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି । ଚିଚିପଙ୍ଗା ଗାଁ ନିକଟସ୍ଥ ଜଙ୍ଗଲରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ଜବତ କଲା ପୋଲିସ ।
 ଗତ ଶନିବାର ଠାରୁ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମରେ ଜଣେ ନାବାଳିକା ନିଖୋଜ ହୋଇଥିବା ଘଟଣାରେ ଚନ୍ଦ୍ରପୁର ଗ୍ରାମ ନିକଟସ୍ଥ ଚିଚିପଙ୍ଗା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଆଜି ନାବାଳିକାଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତ ଦେହ ପୋଲିସ ଉଦ୍ଧାର କରିଛି l

{"id":201911,"sizeSlug":"large"}

ଏହି ଘଟଣାକୁ ନେଇ ଆଜି ସକାଳୁ ଚନ୍ଦ୍ରପୁରରେ ଉତ୍ତେଜନା ଦେଖାଦେଇଥିବା ବେଳେ ଗ୍ରାମବାସୀ ମାନେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ନିକଟରେ ରାସ୍ତା ରୋକ କରିଥିଲେ l ଉତ୍ତେଜନା ପରେ ରାୟଗଡାରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ପହଞ୍ଚିବା ପରେ ଜଙ୍ଗଲ ନିକଟରେ ଖୋଜା ଖୋଜି କରିବା ପରେ ମୃତ ଦେହ ଠାବ ହୋଇଛି l

{"id":201912,"sizeSlug":"large"}

ମୃତ ନାବାଳିକାଙ୍କ ମାଆ ଏବଂ ଦାଦା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ବନ୍ଦରି ଗାଁର ସେବାବାଗ ସିଂ(୨୪) ତାଙ୍କ ଝିଅକୁ ଅପହରଣ କରି ନେଇଯାଇଥିଲା। ସେ ହିଁ ତାଙ୍କ ଝିଅକୁ ହତ୍ୟା କରିଛି ଏବଂ ଅଭିଯୁକ୍ତକୁ ଗିରଫ କରି ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନାବାଳିକାଙ୍କ ମାଆ ଦାବି କରିଛନ୍ତି।

{"id":201913,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.