ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ଅଭିଯୁକ୍ତକୁ ଆଜୀବନ ଜେଲ୍‌ଦଣ୍ଡ ଓ ଜରିମାନା

Published By : Prameya-News7 Bureau | August 09, 2019 IST

କଟକ ୯|୮: ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି କଟକ ଜିଲ୍ଲା ଓ ଦୌରା ଜଜ୍ । ଏହାସହ ୩ ହଜାର ଟଙ୍କାର ଜରିମାନା ଦେବାକୁ ମଧ୍ୟ ଅଭିଯୁକ୍ତକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ କଟକ ଜିଲ୍ଲା କିଶନନଗର ଥାନା ତରିତୋ ଗ୍ରାମରେ ଘଟିଥିଲା ଏହି ଘଟଣା । ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ କରି ଆସାମୀ ଦୁର୍ଗା ପ୍ରସାଦ ଦାସ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରି ମହାନଦୀକୁ ଶବ ଫୋପାଡି ଫେରାର ହୋଇଯାଇଥିଲା । ମାମଲାରେ ସମ୍ପୃକ୍ତ ଦୁର୍ଗା ପ୍ରସାଦ ଦାସକୁ କିଶନନଗର ଥାନା ପୋଲିସ ଗିରଫ କରି ଦଫା ୩୭୬ ଦୁଷ୍କର୍ମ, ୩୦୨ ହତ୍ୟା ଏବଂ ୨୦୧ ଆଇପିସି (ପ୍ରମାଣ ନଷ୍ଟ କରିବା) ଅଭିଯୋଗରେ ମୋକଦ୍ଦମା ରୁଜୁ କରିଥିଲା । ପ୍ରାୟ ୬ ବର୍ଷ ପରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ମୋଟ୍ ୨୪ ଜଣଙ୍କର ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି କଟକ ଜିଲ୍ଲା ଓ ଦୌରା ଜଜ୍ ଆଜି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.