ଦୁଷ୍କର୍ମ ପରେ ୫ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା କଲା ଧରମ ମାମୁ, ଗିରଫ କଲା ପୋଲିସ

Published By : Prameya-News7 Bureau | November 17, 2020 IST

କାମାକ୍ଷାନଗର ୧୭।୧୧: ଖରଖରି ଗାଁରେ ଶିଶୁକୁ ପଥରରେ ଛେଚି ହତ୍ୟା କରିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାରୀକୁ ପୋଲିସ ଗିରଫ କରିଛି । ହତ୍ୟାକାରୀ ହେଲା ଯାଜପୁର ଜିଲ୍ଲା କାଳିଆପାଣି ଗାଁର ଶଙ୍କର ଦେହୁରୀ । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାପରେ ଧରା ପଡିଯିବା ଭୟରେ ହତ୍ୟା କରିଥିବା ନେଇ ଏସଡିପିଓ ସୂଚନା ଦେଇଛନ୍ତି ।

{"id":362999,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ଦିନ ଖରଖରି ଗ୍ରାମର ହାଟ ପଛ ପାଖ ବୁଦୁବୁଦିଆ ଜଙ୍ଗଲରେ କେହି ଦୁର୍ବୃତ୍ତ ଗାଁର ବିକ୍ରମ ସୋରେନଙ୍କ ୫ ବର୍ଷର ଝିଅଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା । ତାପର ଦିନ ସକାଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଜଙ୍ଗଲ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାରେ ଗ୍ରାମରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୋଲିସ । ହେଲେ ସେମାନଙ୍କଠାରୁ କୌଣସି ସୂଚନା ପାଇପାରିନଥିଲା ।

{"id":363000,"sizeSlug":"large"}

ଶେଷରେ ମୁଖ୍ୟ ଅଭିଯୁକ୍ତ କାଳିଆପାଣିର ଶଙ୍କର୍ଷଣ ଦେହୁରୀଙ୍କୁ କଙ୍କଡାହାଡ଼ ପୋଲିସ ଗିରଫ କରଛି । ଶଙ୍କର୍ଷଣ ମୃତ ଶିଶୁର ସମ୍ପର୍କରେ ଧରମ ମାମୁଁ ହେବ । ଗତ ୧୨ ତାରିଖ ଗୁରୁବାର ଦିନ ଶିଶୁଟି ଧରମ ମାମୁଁ ସହ ସନ୍ଧ୍ୟା ପର୍ଯ୍ୟନ୍ତ ହାଟବୁଲିବା ଓ ଚାଟ ଖାଇଥିଲି। ଏବଂ ସନ୍ଧ୍ୟାପରେ ସେହି ଘଟଣାସ୍ଥଳକୁ ନେଇଯାଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ବିଫଳ ହେବାପରେ ଧରାପଡିଯିବା ଭୟରେ ପଥରରେ ଛେଚି ହତ୍ୟା କରିଥିବା ସ୍ବୀକାର କରିଛି ଶଙ୍କର୍ଷଣ । ହତ୍ୟା କରିଥିବା ଦିନ ଶଙ୍କର୍ଷଣ ପିନ୍ଧିଥିବା ରକ୍ତଭିଜା ପ୍ୟାଣ୍ଟ, ସାର୍ଟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି ।

wp:core-embed/wordpress {"url":"http://www.prameyanews7.com/minor-girl-duskarma-and-hatya-allegation-in-kamakhyanagar/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/minor-girl-duskarma-and-hatya-allegation-in-kamakhyanagar/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.