ପୁଣି ଲଜ୍ଜା : ଘରୁ ଟେକିନେଇ ଯୁବତୀଙ୍କୁ ଦୁଷ୍କର୍ମ ! ଅଭିଯୁକ୍ତକୁ ଗିରଫ କଲା ପୋଲିସ

Published By : Prameya-News7 Bureau | January 17, 2020 IST

ବୌଦ୍ଧ ୧୭।୦୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ହରଭଙ୍ଗା ଥାନା ପୋଲିସ । ଘଟଣାରେ ଛାନଭିନ୍ ଜାରି ରଖିଛି ପୋଲିସ ।

{"id":212563,"sizeSlug":"large"}

ସୂଚନାଯୋଗ୍ୟ ଯେ, ହରଭଙ୍ଗା ଥାନା ଅଞ୍ଚଳରେ ଗତ ୮ତାରିଖ ଦିନ ପୀଡିତା ଯୁବତୀଙ୍କୁ ଘରୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀ ମିଶି ତାଙ୍କୁ ମାଡ ମଧ୍ୟ ମାରିଛନ୍ତି । ଉଭୟ  ସ୍ବାମୀ ଓ ସ୍ତ୍ରୀଙ୍କୁ ବାଣୀଗୋଚ୍ଛାରୁ ଗିରଫ କରି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ। ଦୋଷୀଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଯୁବତୀଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.