ଜଣେ ବୃଦ୍ଧ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ବ୍ରହ୍ମପୁର-ଜଣେ ବୃଦ୍ଧ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତର ନାଁ ଦେବ ପାଣିଗ୍ରାହୀ। ବୟସ ୬୦ରୁ ଅଧିକ। ଗତ ୧୬ତାରିଖରେ ନାବାଳିକାଙ୍କ ମାଆ କାମକୁ ଯାଇଥିବା ବେଳେ ବୃଦ୍ଧ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ନାବାଳିକା ଜଣଙ୍କ ଏ କଥା ଡର ରେ ନିଜ ଘରେ ମଧ୍ୟ କହିନଥିଲେ।
ପରବର୍ତ୍ତୀ ସମୟ ରେ ପରିବାର ଲୋକ ଜାଣି ପୋଲିସ ରେ ଏତଲା ଦେଇଥିଲେ।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
ନାବାଳିକା ଜଣଙ୍କ କିରାନା ଦୋକାନକୁ ଯାଇଥିବା ବେଳେ ଦୋକାନ ଭିତରକୁ ଡାକି ନେଇ ଦୁଷ୍କର୍ମ କରିବାକୁ ଉଦ୍ଯମ କରିଥିବା ଅଭିଯୋଗ ହୋଇଛି ।
ନାବାଳିକାଙ୍କ ବୟସ ୧୦ବର୍ଷ।ନାବାଳିକାଙ୍କ ମା ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡିଛି।
ଅନ୍ୟପଟେ ଦୁଷ୍କର୍ମ ର ଶିକାର ହୋଇଥିବା ନାବାଳିକା କୁ ପରିବାର ପକ୍ଷରୁ ବ୍ରହ୍ମପୁର mkcg ମେଡ଼ିକାଲ ଏଫଏମଟି କୁ ଡାକ୍ତର ମଇନା ପାଇଁ ପଠାଯାଇଥିବା ବେଳେ ଦୁଷ୍କର୍ମ କାରୀକୁ ହିଂଜିଳିକାଟୁ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତରୀ ମାଇନା କରାଯାଇଛି।
ଏଭଳି ଘଟଣାକୁ ତୀବ୍ର ବିରୋଧ କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା।
ରାଜ୍ୟ ମହିଳା ମୋର୍ଚ୍ଚା ର ମହିଳା ସଦସ୍ୟ ମାନେଦୁଷ୍କର୍ମ ର ଶିକାର ହୋଇଥିବା ହିଂଜିଳି ସ୍ଥିତ ସେହି ଗାଁ କୁ ଯାଇ ଗ୍ରାମ ବାସୀ ଙ୍କ ସହ ଆଲୋଚନା କରିବା ସହିତ ହିଂଜିଳି ଥାନା ଅଧିକାରୀ ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ଘଟଣା କୁ ତୀବ୍ର ବିରୋଧ କରିବା ସହ ନିନ୍ଦା କରିଥିଲେ ।ଅଭିଯୁକ୍ତ କୁ କଠୋର ଦଣ୍ଡ ଦେବା ସହ ପିଡିତା ଙ୍କୁ ନ୍ୟାୟ ଦେବାକୁ ବିଜେପି ମହିଳା ମୋର୍ଚ୍ଚା ଦାବୀ କରିଛି।
513 Views