Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶ୍ମଶାନରେ ଦୁଷ୍କର୍ମ : ଅଭିଯୁକ୍ତ ଜଣେ ଯୁବକ

15/01/2020 at 4:55 PM

କଟକ୧୫/୧: ଆଜି ବ୍ୟାଧିରେ ପରିଣତ ହେଲାଣି ଦୁଷ୍କର୍ମ, ଥମିବାର ନାଁ ଧରୁନି। ଯେତେ ଆଇନ୍ କଡାକଡି ହେଲେ ମଧ୍ୟ ଏଥିରୁ ନିବୃତ୍ତ ହେଉନାହାନ୍ତି ଏହିଭଳି ନିମ୍ନ ମାନସିକ ଅଭିଯୁକ୍ତ ମାନେ। ନାବାଳିକାଙ୍କ ଉପରେ ହିଂସା ଏଭଳି ବଢ଼ି ଚାଲିଥିବାବେଳେ, ଆଉ ଏକ ଦୁଃଖଦ ଖବର ଆସିଛି କଟକ ଜିଲ୍ଲା ନେମାଳ ଥାନା ତରତ ଶାସନ ପଞ୍ଚାୟତ ଅଞ୍ଚଳରୁ ।

 ସୂଚନା ମୁତାବକ ଗତ ୧୩ ତାରିଖରେ ୨୨ ବର୍ଷୀୟ  ଯୁବକ ତପନ ପରିଡା ଓରଫ୍ ତପୁଆ  ଜଣେ ଚତୁର୍ଥ ଶ୍ରେଣୀରେ ପଢୁଥିବା ୯ ବର୍ଷୀୟ ନାବାଳିକାଙ୍କୁ ନିକଟସ୍ଥ ଶ୍ମଶାନରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିବା ନାବାଳିକାଙ୍କ ମା ନେମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଅଭିଯୋଗକୁ ଆଧାର କରି ଥାନାରେ କେସ୍ ନମ୍ବର ୪/୨୦ରେ ମାମଲା  ରୁଜୁ କରିବା ସହିତ ଧାରା ଆଇପିସି୩୭୬ ଏବି, ୨୯୪ ଓ ପୋକ୍ସୋ ସେକ୍ସନ ୬ ଅନୁଯାୟୀ ତଦନ୍ତ ଆରମ୍ଭ କରିବା ସହିତ ୧୬୪ ସିଆରପିସିରେ ନାବାଳିକାଙ୍କ ବୟାନ ରେକର୍ଡ କରିଛି।

କିନ୍ତୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ବି ନେମାଳ ପୋଲିସ କୌଣସି ସନ୍ଧାନ ପାଇବାକୁ ମଧ୍ୟ ଅସମର୍ଥ ହୋଇଛି। ତେବେ ରାଜନୈତିକ ଚାପରେ ଅଭିଯୁକ୍ତକୁ ଖସାଇ ଦେବାକୁ ଚେଷ୍ଟା କରୁଥିବା ପ୍ରତିକ୍ରିୟାରେ କହିଛନ୍ତି ପୀଡିତାଙ୍କ ପରିବାର।

   Related Posts