Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ମିଠାଇରେ ନିଶା ଖୁଆଇ ଭାଉଜ ପ୍ରତି ଦୁଷ୍କର୍ମ ଅଭିଯୋଗ, ଦିଅରଙ୍କ ସମେତ ୬ ଜଣଙ୍କ ବିରୋଧରେ ରୁଜୁ ହେଲା ମାମଲା

19/05/2019 at 8:26 PM

ରତନପୁରୀ ୧୯।୫:  ଉତ୍ତରପ୍ରଦେଶ ରତନପୁରୀ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଯୌତୁକ ନିର୍ଜାତନା ଯୋଗୁ ଶାଶୁଘରୁ ଚାଲି ଆସିଥିବା ଜନୈରା ମହିଳାଙ୍କୁ ତାଙ୍କ ଦିଅର ମିଠାରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ନେଇ ମହିଳାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ ପ୍ରାୟ ୪ ବର୍ଷ ପୂର୍ବେ ମହିଳାଙ୍କ ବିବାହ ବାଗପତ ଥାନା ଅଞ୍ଚଳର ମୁର୍ସାଦଙ୍କ ସହ ହୋଇଥିଲା। ତାଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ଶାଶୁ ଘର ଲୋକେ ଅଧିକ ଯୌତୁକ ପାଇଁ ନିର୍ଜାତନା ଦେଉଥିବାରୁ ସେନିକଟରେ  ବାପଘରକୁ ରତନପୁରୀଚାଲି ଆସିଥିଲେ। ତେବେ ଘରକୁ ବୁଲି ଆସିଥିବା ଦିଅର ତାଙ୍କୁ ମିଠାରେ ନିଶା ଦେଇ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଛି।

ଘଟଣା ପରେ ଘରକୁ ଆସି ମହିଳାଙ୍କୁ ବେହୋସ ଅବସ୍ଥାରେ ଦେଖି ତାଙ୍କ ଭାଇ ହସ୍ପିଟାଲକୁ ନେଇଯାଇଥିଲେ। ମହିଳା ଚେତା ଫେରି ପାଇବା ପରେ ତାଙ୍କ ସହ ଘଟିଥିବା ଘଟଣା କହିବା ପରେ ପରିବାର ଲୋକେ ପୋଲିସରେ ଲିଖିତ ଏତଲା ରୁଜୁ କରଇଛନ୍ତି । ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ଡାକ୍ତର କହିଛନ୍ତି।

   Related Posts