ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଆଣିବ ପୁରୀ ପୋଲିସ୍ : ଫେରାରଙ୍କୁ ଧରିବାକୁ ୪ ପୋଲିସ ଟିମ୍

Published By : Prameya-News7 Bureau | December 04, 2019 IST

ପୁରୀ ୪/୧୨: ପୁରୀ ଗଣ ଦୁଷ୍କର୍ମ ମାମଲାରେ ସବୁ ଅଭିଯୁକ୍ତଙ୍କୁ ଏଯାଏଁ ଗିରଫ କରିପାରିନି ପୋଲିସ । ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ୪ ଟି ଟିମ୍ ଗଠନ  କରାଯାଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ, ବହିଷ୍କୃତ କନଷ୍ଟେବଲ ଜିତେନ୍ଦ୍ର ସେଠୀ ଏବଂ ରାଜେଶ ସେଠୀଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ସେପଟେ ପୁରୀ ପାପକୁ ନେଇ ଆଜି ବି ରାଜଧାନୀରେ ଦେଖିବାକୁ ମିଳିଥିଲା ତାତି ।     

ରିମାଣ୍ଡରେ ଆସିବେ ପୁରୀ ଦୁଷ୍କର୍ମ ଅଭିଯୁକ୍ତ । ଗିରଫ ଦୁଇ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଏବଂ ରାଜେଶ ସେଠୀଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ପୋଲିସ । ଖୁବଶୀଘ୍ର ୭ ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ପୁରୀ ଏସ୍‌ଡିଜେଏମ୍‌ ଙ୍କ କୋର୍ଟରେ ଆବେଦନ କରିବ । ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ପୋଲିସ ୪ ଟି ଟିମ୍ ଗଠନ କରିଛି । ଏହି ସମ୍ବେଦନଶୀଳ ମାମଲାକୁ ରେଡଫ୍ଲାଗ୍‌ ମାମଲା ଭାବେ ବିବେଚନା କରାଯାଉଛି । ପୀଡ଼ିତାକୁ ଏବେ କାଉନସେଲିଂ କରାଯାଉଛି । ଇଚ୍ଛା ମୁତାବକ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି ।

{"id":193851,"sizeSlug":"large"}

ସେପଟେ ପୁରୀ ପାପକୁ ନେଇ ଥିଲା ରାଜଧାନୀରେ ରିଆକ୍ସନ। ଦ୍ବିତୀୟ ଦିନରେ ବି ଜୋର ଧରିଥିଲା ରାଜନୀତି ।ମହିଳାଙ୍କ ପ୍ରତି ବଢି ଚାଲିଥିବା ନିର୍ଯାତନା ପ୍ରତିବାଦରେ ରାଝାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେପି ମହିଳା ମୋର୍ଚ୍ଚା । ଫଳରେ ପୋଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।  ସେପଟେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାସ ଭବନ ଘେରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ କରିଛନ୍ତି। ୨୦ ରୁ ଅଧିକ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ବିଜେଡି କହିଛି । 

{"id":193852,"sizeSlug":"large"}

ଘଟଣାରେ ନାନାଦି କଥା ଚର୍ଚ୍ଚା ହେଉଥିବା ବେଳେ ନାବାଳିକାଙ୍କ ମାନସିକତାକୁ ଦେଖି ପୋଲିସ ତଦନ୍ତରେ ଅଗ୍ରସର ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.