ନାବାଳିକାଙ୍କୁ ଦୁଷ୍କର୍ମ : ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ପିଡୀତାଙ୍କୁ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ନିର୍ଦେଶ ଦେଲେ ହାଇକୋର୍ଟ

Published By : Prameya-News7 Bureau | October 26, 2018 IST

ଚଣ୍ଡୀଗଡ଼ ୨୬/୧୦ : ଦୁଷ୍କର୍ମକାରୀକୁ ମିଳିଛି ଦୃଷ୍ଟାନ୍ତମୂଳକ ଦଣ୍ଡ । ଆଜୀବନ କାରଦଣ୍ଡ ସହ କ୍ଷତିପୂରଣ ବାବଦରେ ପୀଡିତାଙ୍କୁ ୯୦ ଲକ୍ଷ ଟଙ୍କା ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଘଟଣାଟି ଚଣ୍ଡୀଗଡ଼ର | ୨୦୧୨ ମସିହାରେ ଏହନିଶାନ ସିଂ ନାମକ ଜଣେ ବ୍ୟକ୍ତି ଫରିଦକୋଟର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପଞ୍ଜାବ ଓ ହରିୟାଣା ହାଇକୋର୍ଟଏହି ମାମଲାର ଶୁଣାଣୀ କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ କ୍ଷତିପୂରଣ ବାବଦକୁ  ୯୦ ଲକ୍ଷ ଟଙ୍କା ପଡୀତାଙ୍କୁ ପ୍ରଦାନ ପାଇଁ କହିଛନ୍ତି । ଫଳରେ ଅଭିଯୁକ୍ତଙ୍କ ୯୦ଲକ୍ଷ ଟଙ୍କାର ସମ୍ପତ୍ତି ନିଲାମ ହେବାକୁ ଯାଉଛି | ଏହି ମାମଲାରେ ଅଭିଯୁକ୍ତର ମାଙ୍କୁ ମଧ୍ୟ କୋର୍ଟ ୭ ବର୍ଷ ଜେଲ ଦଣ୍ଡ ଶୁଣେଇଛନ୍ତି ଅଦାଲତ | ୨୦୧୨ ମସିହା ସେପ୍ଟେମ୍ବର ୨୪ ତାରିଖରେ ଫରିଦକୋଟର ଜଣେ ୧୫ ବର୍ଷ ବୟସ ନାବାଳିକାକୁ ବନ୍ଧୁକ ମୁନରେ ତାଙ୍କ ଘରୁ ଉଠାଇ ନେଇଥିଲା ଅଭିଯୁକ୍ତ | ଏଥିରେ ତାଙ୍କର ଆଉ ୮ ଜଣ ସହଯୋଗୀ ମଧ୍ୟ ସାମିଲ ଥିଲେ | ତେବେ ନାବାଳିକା ଜଣକ ଘଟଣାର ମାସେ ପରେ ଗୋଆରୁ ଉଦ୍ଧାର ହୋଇଥିଲେ |  ଫରିଦକୋଟର ଡେପୁଟି କମିଶନର ରାଜୀବ ପରାଶର କୋର୍ଟଙ୍କ ନିର୍ଦେଶ ଅନୁସାରେ  ଅତି ଶୀଘ୍ର ଅଭୁଯୁକ୍ତର ସମ୍ପତ୍ତି ନିଲାମ କରିବାକୁ ଜିଲ୍ଲା ରାଜସ୍ବ ଅଧିକାରୀଙ୍କୁ କହିଛନ୍ତି | ସୂଚନାଯୋଗ୍ୟ ଯେ, ଏହି ୯୦ ଲକ୍ଷଟଂକା କ୍ଷତିପୂରଣ ମଧ୍ୟରୁ  ୪୦ ଲକ୍ଷ ପୀଡିତାଙ୍କ ପରିବାରକୁ ଦିଆଯିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି | କୋର୍ଟଙ୍କ ନିର୍ଦ୍ଦେଶ ପାଳନ ସଂକ୍ରାନ୍ତରେ ଆସନ୍ତା ନଭେମ୍ବର ମାସରେ କୋର୍ଟଙ୍କୁ ଅବଗତ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିଦ୍ଦେଶ ଦିଆଯାଇଛି । ଆସନ୍ତା ଅକ୍ଟୋବର ୨୯ ତାରିଖରେ ଅଭିଯୁକ୍ତର ସାମ୍ପରି ନିଲାମ ହେବ ବୋଲି କମିଶନର ପରାଶର କହିଛନ୍ତି | ଜିଲ୍ଲା କଲେକ୍ଟର ଏବଂ ପୀଡିତାଙ୍କ ପରିବାରର ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦନା ହେବ ବୋଲି ମଧ୍ୟ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ରାଜସ୍ବ ବିବାଗର ସୂଚନା ଅନୁଯାୟୀ ଅଭିଯୁକ୍ତଙ୍କ ୪.୫ ଏକର ଜମି ବାଜ୍ୟାପ୍ତ କରାଯାଇଛି | ଏଥିମଧ୍ୟରେ ୧.୫ ଏକର ଜମି ସହର ମଧ୍ୟରେ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.