ଦୁଷ୍କର୍ମକାରୀକୁ ୧୫ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

Published By : Prameya-News7 Bureau | October 22, 2019 IST

ବ୍ରହ୍ମପୁର ୨୨|୧୦: ଦୁଷ୍କର୍ମକାରୀଙ୍କୁ ୧୫ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଭିଯୁକ୍ତ ବିଶୁ ବେହେରାକୁ ଦୋଷୀ ସାବ୍ୟସ୍ତ କରି ବ୍ରହ୍ମପୁର ଏଡିଜେ-୨ କୋର୍ଟ ୧୫ବର୍ଷ ଜେଲ୍ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ପୀଡିତା ନାବାଳିକାଙ୍କୁ ୫ଲକ୍ଷ ଟଙ୍କା ଦେବା ପାଇଁ ଆଇନ ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୧୪ବର୍ଷର ନାବାଳିକାଙ୍କୁ ୪ମାସ ଧରି ଭୟଭୀତ କରି ଅଭିଯୁକ୍ତ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟ ଏକ ଗ୍ରାମରେ ୨୦୧୬ ମସିହାରେ ଏହି ଘଟଣା ଘଟିଥିଲା । ୧୪ବର୍ଷର ନାବାଳିକାଙ୍କୁ ୪ମାସ ଧରି ଭୟଭୀତ କରି ଅଭିଯୁକ୍ତ ଦୁଷ୍କର୍ମ କରିବା ସହ କତା ପ୍ରଘଟ କଲେ ପରିବାରର ସମସ୍ତ ଲୋକଙ୍କୁ ଗୁଣି କରି ମାରିଦେବାକୁ ଧମକ ଦେଉଥିଲା । ନାବାଳିକା ୪ମାସର ଗର୍ଭବତୀ ହେବା ପରେ ଅସହ୍ୟ ଯନ୍ତ୍ରଣା ସହି ନପାରି ନିଜ ମାଙ୍କୁ ଘଟଣା ସଂପର୍କରେ କହିଥିଲେ । ଏହାପରେ ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିଶୁକୁ ୨୦୧୬ ସେପ୍ଟେମ୍ବର ମାସରେ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.