କୋର୍ଟ ପରିସରରେ ହେଲା ଦୁଷ୍କର୍ମ ଅଭିଯୁକ୍ତର ବିବାହ: ରୀତିନୀତି ଅନୁସାରେ ନିକାହ ପାଠ କରାଇଲେ ମୌଲାନା

Published By : Prameya-News7 Bureau | March 11, 2021 IST

ସମସ୍ତିପୁର ୧୧/୦୩ : ମନ୍ଦିର, ମସଜିଦ, ଗିରଜାଘର, ଥାନା ଆଦିରେ ବିବାହର ଅନେକ ମାମଲା ସାମ୍ନାକୁ ଆସିଛି | କିନ୍ତୁ କୋର୍ଟରେ ବିବାହ ହୋଇଥିବା ମାମଲା ଆପଣ ବୋଧହୁଏ ଆଗରୁ ଶୁଣିନଥିବେ। ବିହାରରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ବିହାର ସମସ୍ତିପୁରରେ କୋର୍ଟରେ ଜଣେ ଯୁବକର ବିବାହ କରାଯାଇଛି। ମୁସଲମାନ ସମ୍ପ୍ରଦାୟର ଜଣେ ଯୁବକର ବିବାହ କୋର୍ଟ ପରିସରରେ କରାଯାଇଛି।

ସମସ୍ତିପୁର କୋର୍ଟ ପରିସରରେ ହୋଇଥିବା ଏହି ନିଆରା ବାହାଘର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ମୁସାରିଘରାରୀ ଥାନା ଅଞ୍ଚଳରେ ବର୍ଷେ ପୂର୍ବରୁ ଜଣେ ନାବାଳିକା ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ଯୁବକ ବିରୋଧରେ ପୋକସୋ ଆକ୍ଟ ଅନୁସାରେ ମାମଲା ରୁଜ୍ଜୁ ହୋଇଥିଲା। ମାମଲାରେ ପୋଲିସ ଯୁବକକୁ ଗିରଫ କରି ଜେଲ ପଠାଇଥିଲା।

ଏହାପରେ ପୋକସୋ ଆକ୍ଟରେ ମାମଲାର ଶୁଣାଣି ଚାଲିଥିଲା। ବୁଧବାର ଦିନ ଅଭିଯୁକ୍ତକୁ ଶୁଣାଣି ପାଇଁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ପୀଡିତାଙ୍କ ସହ ଅଭିଯୁକ୍ତର ବିବାହ କରାଯାଇଥିଲା। ଅଭିଯୁକ୍ତକୁ ଯେପରି କମ ରୁ କମ ଦଣ୍ଡ ମିଳିବ ସେଥିପାଇଁ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ଆଲୋଚନା ପରେ ଏହିଭଳି ନିଷ୍ପତ୍ତି ନିଆଯାଇଥିଲା।

ମୌଲାନା ନିଜେ ପୀଡିତା ଓ ଅଭିଯୁକ୍ତର ନିକାହ ପାଠ କରିଥିଲେ। ସମସ୍ତିପୁର କୋର୍ଟ ପରିସରରେ ନିକାହ ପାଠ ବେଳେ ଲୋକଙ୍କ ଭିଡ ଜମିଥିଲା। କୋର୍ଟ ପରିସରରେ ହୋଇଥିବା ଏହି ନିକାହକୁ ନେଇ ଖୁବ ଚର୍ଚ୍ଚା ହେଉଛି। କୋର୍ଟ ପରିସରରେ ବିବାହ ହୋଇଥିବା ଏହା ପ୍ରଥମ ଘଟଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.