ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ଅଭିଯୁକ୍ତକୁ ଗିରଫ କଲା ପୋଲିସ

Published By : Prameya-News7 Bureau | August 30, 2019 IST

ଟାଙ୍ଗୀ ୩୦।୮: ଟାଙ୍ଗୀ ଥାନା ପାଣିଦୁଆର ଗାଁରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଭିକାରୀ ବେହେରାକୁ ପୋଲିସ ଗିରଫ କରିଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଛି ।

{"id":150794}

ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା । ୨୦ ତାରିଖରେ ଟାଙ୍ଗୀ ଥାନାରେ ଏତଲା ଦେଇଥିଲେ ପରିବାରଲୋକ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଟାଙ୍ଗୀ ପୋଲିସ ଓ ଖୋର୍ଦ୍ଧା ଏସପିଙ୍କ ନେତୃତ୍ବରେ ୨ଟି ଟିମ୍ ଗଠନ ହୋଇଥିଲା । ବିଳମ୍ବିତ ରାତିରେ ଟାଙ୍ଗୀ ପୋଲିସ ଯାଜପୁରରୁ ଅଭିଯୁକ୍ତ ଭିକାରୀ ବେହେରାକୁ ଗିରଫ କରିବାରେ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.