ଜଙ୍ଗଲରେ ଦୁଷ୍କର୍ମ ଘଟଣା: ଫେରାର ଅଭିଯୁକ୍ତକୁ ଗିରଫ କଲା ପୋଲିସ୍‌

Published By : Prameya-News7 Bureau | May 21, 2020 IST

ନୀଳଗିରି୨୧/୫: ଜଙ୍ଗଲରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ। ସାନ ଭାଇ ସହ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଥିବା ଅଭିଯୁକ୍ତକୁ ନୀଳଗିରି ପୋଲିସ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ନୀଳଗିରି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଜଣେ ମହିଳା ତାଙ୍କ ସାନ ଭାଇ ସହ ପାଖ ପାହାଡ଼କୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ।

ଏକୁଟିଆ ଦେଖି ମୂଳବାଡିସାହି ଗ୍ରାମର ଚେମା ରାଉତଙ୍କ ପୁଅ ବୁଦ୍ଧିରାମ ରାଉତ ମହିଳାଙ୍କୁ ଦୁଷ୍କର୍ମ  କରିଥିଲେ।ଏ ନେଇ ପୀଡିତା ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ ପରେ ଗତ ଏପ୍ରିଲ ମାସ ୨୭ ତାରିଖରେ ଧାରା ୩୭୬(୨),୫୦୬,୩୪୧,୨୯୪ ରେ ୧୩୬ ନମ୍ବର ପୋଲିସ ମାମଲା ରୁଜୁକରିଥିଲା। ଅଭିଯୁକ୍ତ ଫେରାର ହୋଇଯିବାରୁ ନୀଳଗିରି ଆଇଆଇସି ମିନତୀ ବିଶ୍ବାଳ ଜାଲ ବିଛାଇଥିଲେ। ଶେଷରେ ଗତକାଲି ରାତିରେ ବୁଦ୍ଧିରାମକୁ କାବୁ କରିବାରେ ସଫଳ ହୋଇଥିଲେ ପୋଲିସ୍‌। ଗୁରୁବାର ଅଭିଯୁକ୍ତର ଡାକ୍ତର ମାଇନା କରାଯିବା ସହ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.