Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକା ଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତ ଗିରଫ

23/08/2020 at 6:08 PM

ବାରିପଦା୨୩/୮: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍। ଅଭିଯୋଗର ୩୫ ଦିନ ପରେ ମୟୂରଭଞ୍ଜ ପୁଲିସ୍‌କୁ ମିଳିଛି ସଫଳତା। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ରମାକାନ୍ତ ସିଂ ଓରଫ ପାଣ୍ଡେକୁ ଗିରଫ କରିଛି ପୁଲିସ।

ଘଟଣା ଅନୁସାରେ ବଡସାହି ଥାନା ଅନ୍ତର୍ଗତ ଅର୍ଜୁନବାରିଆ ଗାଁର ଜନୈକ ନାବାଳିକାକୁ ଅପହରଣ କରି ଦୀର୍ଘ ୩୫ ଦିନ ଧରି ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ପୀଡିତାଙ୍କ ପରିବାର ଲୋକେ ମୟୂରଭଞ୍ଜ  ଏସ୍.ପି ଏବଂ ବେତନଟୀ ଏସ୍.ଡି.ପି.ଓ ଙ୍କ ଦ୍ବାରସ୍ଥ ହୋଇଥିଲେ। ବେତନଟୀ ଏସ୍.ଡି.ପି.ଓ ଘଟଣାକୁ ଗମ୍ଭୀରତାର ସହ ନେବା ସହିତ ସ୍ବତନ୍ତ୍ର ଦୁଇଟି ଟିମ୍ ତିଆରି କରି ବାଲେଶ୍ବର ଏବଂ ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ନୀଳଗିରିରୁ ଅଭିଯୁକ୍ତ ରମାକାନ୍ତ ସିଂ (ପାଣ୍ଡେ)କୁ ଗିରଫ କରିବା ସହିତ ଭୀମଦାରୁ ତା ବାପା-ମାଆଙ୍କୁ ମଧ୍ୟ ପୁଲିସ୍ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ଏପଟେ ପୀଡିତାଙ୍କ କହିବା ଅନୁସାରେ, ତାଙ୍କୁ ନେବା ବେଳେ ଅଭିଯୁକ୍ତର ବାପା ଏବଂ ଭିଣୋଇ ତାଙ୍କୁ ସହଯୋଗ କରିଥିଲେ। ପୀଡିତାର ବୟାନ ଆଧାରରେ ଗିରଫ ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ସହିତ ଆଜି ତାକୁ କୋର୍ଟ ଚଲାଣ କରାଯିବା ବୋଲି ସୂଚନା ଦେଇଛନ୍ତି ବେତନଟୀ ଏସ୍.ଡି.ପି.ଓ।

   Related Posts