କଟକରେ ଆଉ କେତେ ନକଲି ? ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ

Published By : Prameya-News7 Bureau | November 30, 2020 IST

କଟକ ୩୦।୧୧: କଟକ ଯେମିତି ଏବେ ଅପମିଶ୍ରଣକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ସୋମବାର ଜଗତପୁର ଶିଳ୍ପାଞ୍ଚଳରେ ଠାବ ହୋଇଛି ଅପମିଶ୍ରିତ ଘିଅ ଓ ତେଲର କାରଖାନା । ସୁବାସ ଘିଅ କାରଖାନାରେ ଚଢାଉ କରି ପୋଲିସ ଜବତ କରିଛି ପ୍ରାୟ ୧ କୋଟି ଟଙ୍କାର ଅପମିଶ୍ରିତ ସାମଗ୍ରୀ । ଯେଉଁଥିରେ ରହିଛି ସୁବାସ ବ୍ରାଣ୍ଡରେ ଘିଅ, ପାମୋଲିନ ତେଲ ଏବଂ ଟମାଟୋ ସସ୍ ଠାରୁ ଆରମ୍ଭ କରି ଆହୁରି କେତେ ପ୍ରକାରର ମସଲା । କମ୍ପାନୀର ୨ ଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖିଛି । ସୁବାସ କମ୍ପାନୀର ବିଭିନ୍ନ ଆର୍ଥିକ ଅନିୟମିତତାର ଯେଉଁ ଅଭିଯୋଗ ଆସିଛି, ତା ଉପରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":370183,"sizeSlug":"large"}

ବର୍ଷ ବର୍ଷ ଧରି ଅପମିଶ୍ରଣ କରି ତେଲ ଓ ଘିଅ ପ୍ରସ୍ତୁତ କରୁଥିବା ସୁବାସ କମ୍ପାନୀ ଉପରେ ଚଢାଉ ସମୟରେ ଆପତ୍ତିଜନକ ସାମଗ୍ରୀ ମିଳିଛି । ସୁବାସ କମ୍ପାନୀକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଲାଇସେନ୍ସ ପ୍ରାପ୍ତ ହୋଇଛି । ହେଲେ ଏଠାରୁ ବାହାରୁ ଥିବା ସମସ୍ତ ତେଲ ଏବଂ ଘିଅରେ ଭରି ରହିଛି ବିଷ ଏକଥା ବୁଝିବାକୁ ଆଉ ବାକି ନାହିଁ ।  

{"id":370184,"sizeSlug":"large"}

୯୦ ଦଶକରୁ ସୁବାସ କମ୍ପାନୀ ତାର ବ୍ୟବସାୟ ଆରମ୍ଭ କରିଛି । ପ୍ରଥମେ ମସଲା, ପରେ ସିମାଇଁ ଏବଂ ସସ୍ ଉତ୍ପାଦନ କରି ବଜାରକୁ ଛାଡୁଥିଲା ସୁବାସ କମ୍ପାନୀ । ଗତ ୧୦ ବର୍ଷ ହେଲା ଏହି ସଂସ୍ଥାରେ ଆରମ୍ଭ ହୋଇଛି ଖାଇବା ତେଲ ଏବଂ ଘିଅର ପ୍ରସ୍ତୁତି । କିନ୍ତୁ ଚିନ୍ତାର ବିଷୟ ହେଲା, ଦୀର୍ଘ ବର୍ଷ ଧରି ଖାଦ୍ୟ ଅପମିଶ୍ରଣର ଯେଉଁ ବେଆଇନ କାର୍ଯ୍ୟ ସୁବାସ କମ୍ପାନୀ ଚଳାଇ ଆସୁଥିଲା ତା ଉପରେ କେମିତି କାହାର ନଜର ପଡିଲା ନାହିଁ । ଗୋଟିଏ ଦିନର ଚଢାଉରେ ଏହି କାରଖାନାରୁ ଜବତ ହୋଇଛି ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଆପତ୍ତିଜନକ ସାମଗ୍ରୀ । ତେବେ କେବଳ ଅପମିଶ୍ରଣର ଅଭିଯୋଗ ନୁହେଁ ବରଂ ଆର୍ଥିକ ଅନିୟମିତତାର ଜାଲରେ ମଧ୍ୟ ଛନ୍ଦି ହୋଇଛି ସୁବାସ କମ୍ପାନୀ । ଯାହାର ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

{"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାରର ଚଢାଇକୁ ମିଶାଇ ଗତ ଏକ ମାସ ଭିତରେ କଟକର ୧୫ଟି ସ୍ଥାନରେ ଚଢାଉ କଲାଣି ପୋଲିସ । ଏହା ଭିତରେ ୧୬ଜଣଙ୍କୁ ଗିରଫ କରାଯାଇଛି ଏବଂ ସୋମବାର ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.