ରଣବୀର ସିଂହଙ୍କ କାରକୁ ଧକ୍କା ଦେଲା ବାଇକ୍‌, ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଭିଡିଓ

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫/୧୦: ଅଭିନେତା ରଣବୀର ସିଂହଙ୍କ ଗାଡ଼ିକୁ ଧକ୍କା ଦେଇ ବାଇକ୍‌ ମାରିଲା ଛୁ। ରଣବୀର କାର୍‌ରୁ ଓହ୍ଲାଇ ଦେଖିଲେ କଣ ହୋଇଛି ଗାଡ଼ିର ଅବସ୍ଥା। ଗୁରୁବାର ସନ୍ଧ୍ୟାରେ ରଣବୀର ସିଂହ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ତାଙ୍କର କିଛି କ୍ଷତି ହୋଇନଥିବା ବେଳେ କାର୍‌ ସାମାନ୍ୟ ସ୍କ୍ରାଚ୍‌ ହୋଇଥିବା ଜଣାପଡ଼ିଛି।

wp:html

ଷ୍ଟୁଡିଓରୁ ଡବିଂ ସାରି କାର୍‌ରେ ଫେରୁଥିବା ବେଳେ ଗୋଟିଏ ବାଇକ୍‌ ତାଙ୍କ ମର୍ସିଡିଜ୍‌ ଏସୟୁଭିକୁ ପଛପଟୁ ଧକ୍କା ଦେଇଥିଲା। ସାଙ୍ଗେସାଙ୍ଗେ ରଣବୀର କାର୍‌ରୁ ଓହ୍ଲାଇ ଗାଡ଼ିର କଣ କ୍ଷତି ହୋଇଛି ଦେଖିଥିଲେ। ଗାଡ଼ିର ଅଧିକ କିଛି କ୍ଷତି ହୋଇନଥିବା ଦେଖି ପୁଣି କାର୍‌ରେ ବସିଥିଲେ ରଣବୀର।

/wp:html

ଡବିଂ ସାରି ଫେରୁଥିବା ବେଳେ ରଣବୀର ସ୍ପୋର୍ଟି ଲୁକ୍‌ରେ ଥିଲେ। କଳା ପ୍ୟାଣ୍ଟ, କଳା ଟି ସାର୍ଟ ସାଙ୍ଗକୁ କଳା ଜ୍ୟାକେଟ୍‌ ପିନ୍ଧିଥିବା ଭିଡିଓରେ ନଜର ଆସିଛନ୍ତି ରଣବୀର। ଫଟୋଗ୍ରାଫରଙ୍କ ଦ୍ବାରା ଏହି ଦୁର୍ଘଟଣା ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଇଛି। ଯାହାକି ଖୁବ କମ୍‌ ସମୟ ମଧ୍ୟରେ ଭାଇରାଲ୍‌ ହୋଇଛି। ​‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.