ଆଇପିଏଲ ୨୦୨୧ : ରାହାଣେଙ୍କୁ ଶୁଭେଚ୍ଛା ଜଣାଇଲେ ରଣବୀର ସିଂ, କହିଲେ...

Published By : Prameya-News7 Bureau | April 09, 2021 IST

ନୂଆଦିଲ୍ଲୀ ୦୯/୦୪ : ଶୁକ୍ରବାରଠାରୁ ଆରମ୍ଭ ହେଉଛି ଲୋକପ୍ରିୟ ଫଟାଫଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବଲିଉଡ୍ ତାରକା ରଣବୀର ସିଂ ଆଜିଙ୍କ୍ୟ ରାହାଣେଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ରାହାଣେଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।

ରଣବୀର ଟ୍ୱିଟ୍ କରି କହିଛନ୍ତି ଯେ, ରାହାଣେଙ୍କୁ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭେଚ୍ଛା । ଚାମ୍ପିଅନ ରାହାଣେ ଭଲ ପ୍ରଦର୍ସନ କରନ୍ତୁ ।  

wp:html
/wp:html

ରଣବୀରଙ୍କୁ କପିଲ ଦେବଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ୮୩ରେ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିବ । ଏହି ପିଲ୍ମରେ ଭାରତୀୟ ଦଳର ୧୯୮୩ ବିଶ୍ୱକପ ବିଜୟର କାହାଣୀ ରହିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଆଇପିଏଲ ଖେଳାଯିବ । ଏହାର ଗତ ସିଜିନ କରୋନା ପାଇଁ ଦୁବାଇରେ ଖେଳାଯାଇଥିଲା । ଚଳିତ ଥର ଏହା ଭାରତକୁ ଫେରିଛି । ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ୯ ତାରିଖରୁ ମେ ୩୦ ଯାଏଁ ଚାଲିବ ।

ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରୁ ଏହି ମ୍ୟାଚ୍ ଆରମ୍ଭ ହେବ । ଗତବର୍ଷ କରୋନା ସଂକ୍ରମଣ ପାଇଁ ଆଇପିଏଲ-୧୩ ସଂସ୍କରଣ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା । ୟୁଏଇରେ ସଂପୂର୍ଣ୍ଣ ସିଜନ ଖେଳାଯାଇଥିଲା । ଚଳିତ ବର୍ଷ ମଧ୍ୟ ଗତ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏଥର ଆଇପିଏଲ୍ ନିର୍ଦ୍ଧାରିତ ସୂଚୀରେ ଏବଂ ଘରୋଇ ଭେନ୍ୟୁରେ ଆୟୋଜିତ ହେଉଛି । ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ, କୋଲକାତା, ଅହମ୍ମଦାବାଦ ଓ ବେଙ୍ଗାଲୁରୁରେ ସଂପୂର୍ଣ୍ଣ ସିଜନ ଖେଳାଯିବ । ସମସ୍ତ ମ୍ୟାଚ୍ ରୁଦ୍ଧଦ୍ୱାରରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.