Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଶୋ’ରେ ରଣବୀର କଲେ ଖୁଲାସା : କହିଲେ’୨ ରୁ ୩ ବର୍ଷ ଭିତରେ ଆମର ବି ପିଲା ହେବ, ଛୁଆମାନଙ୍କ ନାଁର ସର୍ଟଲିଷ୍ଟ କରୁଛି’…

17/10/2021 at 10:18 AM

ମୁମ୍ବାଇ ୧୭।୧୦: ବଲିଉଡ  ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରୀର କୁଲ୍‌ କପଲ୍‌ ଭାବେ ବେଶ ଜଣାଶୁଣା ।  ଦୁହେଁ ପରସ୍ପରକୁ ପାଖାପାଖି ୬ ବର୍ଷ କାଳ ଡେଟ କରିବା ପରେ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଇଣ୍ଡଷ୍ଟ୍ରିରେ ଦୁହିଁଙ୍କୁ ପାୱାର କପଲ ଭାବେ ମଧ୍ୟ କୁହାଯାଏ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଏତେ ଦୃଢ ଯେ ଦୁହେଁ ସୋସିଆଲ ମିଡିଆରେ ପରସ୍ପର ପାଇଁ କିଛି ନା କିଛି ପୋଷ୍ଟ କରିଥାନ୍ତି । ଏମାନଙ୍କ ବିବାହକୁ ଖୁବ ଶୀଘ୍ର ୩ ବର୍ଷ ପୂରିବାକୁ ଯାଉଛି । ଆଉ ନିକଟରେ ହିଁ ରଣବୀର ଫ୍ୟାମିଲି ପ୍ଲାନିଂକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ତେବେ ସୂଚନା ଅନୁଯାୟୀ ରଣବୀର ଖୁବ ଶୀଘ୍ର ଟେଲି ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଗେମ ଶୋ “ଦ ବିଗ ପିକ୍ଚର”ରେ ନଜର ଆସିବାକୁ ଯାଉଛନ୍ତି ରଣବୀର । କଲର୍ସ ଚ୍ୟାନେଲରେ ଅକ୍ଟୋବର ୧୬ ତାରିଖରୁ ରାତି ୮ ଟାରେ ଆରମ୍ଭ ହେବାକୁ ଯାଉଛି ଏହି ଶୋ । ଏଥିରେ ଜଣେ ପ୍ରତିଯୋଗୀଙ୍କ ସହ କଥା ହେଉଥିବା ସମୟରେ ରଣବୀର ଖୋଲାଖୋଲି ଭାବରେ ଫ୍ୟାମିଲି ପ୍ଲାନିଂକୁ ନେଇ କିଛି କହିଥିଲେ । ଯାହା ଏବେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଗସିପ୍‌ ଆରମ୍ଭ ହୋଇଗଲାଣି ।

ସେ ଏହା ମଧ୍ୟ କହିଥିଲେକି ଆସନ୍ତା ୨ ରୁ ୩ ବର୍ଷ ଭିତରେ ଆମର ବି ପିଲା ଛୁଆ ହେବେ । ଆଉ ଏହା ମଧ୍ୟ କହିଥିଲେକି ଆପଣଙ୍କ ଭାଉଜ ଛୁଆ ବେଳେ ବହୁତ କ୍ୟୁଟ ବେବି ଦେଖା ଯାଉଥିଲେ । ମୋତେ ଏମିତି ବି ଗୋଟେ ଠିକ୍‌ ସେହି ପରି ବେବି ଦରକାର । ବର୍ତ୍ତମାନ ଛୁଆମାନଙ୍କ ନାଁ ସର୍ଟଲିଷ୍ଟ କରୁଥିବା କଥା ବି ରଣବୀର କହିଛନ୍ତି । ଆଉ ସେ କହିଛନ୍ତିକି ମୁଁ ଭାବୁଛି ମୋ ପୁଅ ନାଁ ସୂର୍ଯ୍ୟବିର ସିଂ ରଖିବି । ଦୀପିକା ଓ ରଣବୀର ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ପରସ୍ପର ସହିତ କଥା ହେଉଥିବାର ମଧ୍ୟ ଦେଖାଯାଇଛି । ଶୋ’ରେ ରଣବୀର ଏହା ମଧ୍ୟ କହିଥିଲେକି ଟିଭି ଶୋ’ରେ ଡେବ୍ୟୁ କରିବା ପାଇଁ ଦୀପିକା ହିଁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ।

   Related Posts