ବଲିଉଡ ଡ୍ରଗ୍ସ ମାମଲା: ଦୀପିକା ପାଦୁକୋନଙ୍କ ପାଇଁ ସ୍ବାମୀ ରଣବୀର ସିଂହ କଲେ ଏନସିବିକୁ ଅନୁରୋଧ, କାଲି ଦୀପିକାଙ୍କୁ ଜେରା କରିବ ଏନସିବି

Published By : Prameya-News7 Bureau | September 25, 2020 IST

ନୂଆଦିଲ୍ଲୀ ୨୫/୦୯: ଡ୍ରଗ୍ସ କାରବାରରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ସାମ୍ନାକୁ ଆସିବାରୁ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କୁ ସମନ ଜାରି କରିଥିଲା।  ଏନସିବି ସମନ ପାଇବା ପରେ ଗୋଆ ଛାଡି ମୁମ୍ବାଇ ଆସିଛନ୍ତି ଦୀପିକା। ତାଙ୍କ ସହ ଆସିଛନ୍ତି ତାଙ୍କ ସ୍ବାମୀ ତଥା ଅଭିନେତା ରଣବୀର ସିଂହ। ଆସନ୍ତାକାଲି ଏନସିବି ଏ ମାମଲାରେ ଦୀପିକାଙ୍କୁ ପଚରାଉଚରା କରିବ । ତେବେ ଏଭଳି ସ୍ଥିତିରେ ରଣବୀର ସିଂହ ଏନସିବିକୁ ପଚାରିଛନ୍ତି ଦୀପିକାଙ୍କୁ ଜେରା ବେ​‌ଳେ ସେ ସେଠାରେ ଉପସ୍ଥିତ ରହିପାରିବେ କି ନାହିଁ।

ଅବଶ୍ୟ ଏନେଇ ରଣବୀର ଏନସିବିକୁ ଅନୁରୋଧ କରିଛନ୍ତି। ଆବେଦନ ପତ୍ରରେ ସେ ଲେଖିଛନ୍ତି ଦୀପିକା କେବେ​ କେବେ ବହୁତ ଚିନ୍ତାଗ୍ରସ୍ତ ହୋଇ ବିଚଳିତ ହୋଇପଡ଼ନ୍ତି। ଏ କାରଣରୁ ତାଙ୍କ ସହ ରହିବାର ଅନୁମତି ତାଙ୍କୁ ଦିଆଯାଉ। ରଣବୀର କହିଛନ୍ତି ଜେରା ବେଳେ ତାଙ୍କ ସହ ଉପସ୍ଥିତ ରହିବା ଆଇନ ଦୃଷ୍ଟିରୁ ଠିକ୍ ନୁହେଁ। ମାତ୍ର ତାଙ୍କ ଅନୁରୋଧ ତାଙ୍କ ସହ ଜେରା ବେଳେ ନ ରହିଲେ ମଧ୍ୟ ଏନସିବି କାର୍ଯ୍ୟାଳୟ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉ। ତେବେ ତାଙ୍କ ଆବେଦନ ଉପରେ ଏନସିବି କୌଣସି ନିଣ୍ର୍ଣୟ ନେଇ ନାହିଁ।

ସୂଚନାଯୋଗ୍ୟ, ଦୀପିକା ତାଙ୍କ ଡ୍ରଗ୍ସ ଚାଟ୍ ପାଇଁ ଏନସିବି ଜାଲରେ ଫସିଛନ୍ତି। ତାଙ୍କ ବିରୋଧରେ ଡ୍ରଗ୍ସ ଚାଟ୍ ଏନସିବିକୁ ମିଳିଥିଲା। ଏହି ଡ୍ରଗ୍ସ ଚାଟ୍ ଥିଲା ୨୦୧୭ ଅକ୍ଟୋବର ୨୮ ତାରିଖର। ଏହି ଚାଟ୍‌ରେ ସେ ତାଙ୍କ ମ୍ୟାନେଜର କରିସ୍କା ପ୍ରକାଶଙ୍କୁ ଡ୍ରଗ୍ସ ମାଗୁଥିବା ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.