Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ରଣବୀର ସିଂ ଆରମ୍ଭ କଲେ ଏହି ଫିଲ୍ମ ପାଇଁ ପ୍ରସ୍ତୁତି

24/10/2019 at 3:02 PM

ମୁମ୍ବାଇ୨୪|୧୦: ହିନ୍ଦି ସିନେମାର ହିରୋ ନଂ ୨ ଭାବେ ପରିଚିତ ରଣବୀର ସିଂ ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ ଜୟେଶଭାଇ ଜୋରଦାର ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ରଣବୀର ଏଥିପାଇଁ ନିଜ ଗୁଜରାଟି ମିତ୍ରଙ୍କୁ ଭେଟିଛନ୍ତି। ନିଜ ଅଭିନୟକୁ ଅଧିକ ଜୀବନ୍ତ କରିବା ପଆଇଁ ସେମାନଙ୍କ ହାବଭାବ ଅଭ୍ୟାସ କରୁଛନ୍ତି।

ଏହି ଫିଲ୍ମ ପରେ ସେ କରନ ଯୋହାରଙ୍କ ଐତିହାସିକ ଫିଲ୍ମ ତଖ୍ତର ପ୍ରସ୍ତୁତି ଆରମ୍ଭ କରିବେ। ରଣବୀରଙ୍କ କହିବା ଅନୁସାରେ ଜଣେ ବହୁମୂଖୀ ଅଭିନେତା ହେବାର ଟ୍ୟାଗ ତାଙ୍କ ପାଇଁ ବହୁତ ବଡ ପ୍ରେରଣା ହୋଇଛି। ସେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

୧୪ ମାସ ମଧ୍ୟରେ ଲୋକେ ତାଙ୍କୁ ଅଲାଉଦ୍ଦୀନ ଖିଲଜୀ(ପଦ୍ମାବତ), ସଙ୍ଗ୍ରାମ ସିମ୍ବା ଭାଲେରାୱ(ସିମ୍ବା) ଓ ମୁରାଦ(ଗଲୀ ବଏ) ଭଳି ଭୂମିକାରେ ଦେଖିଛନ୍ତି। ସେ ଆଶା କରୁଛନ୍ତି ଏହିଭଳି ଆଗକୁ ମଧ୍ୟ ଦର୍ଶକଙ୍କୁ ନୂଆ ନୂଆ ଚରିତ୍ର ଭେଟି ଦେବେ।

ତେବେ ରଣବୀରଙ୍କ ପାଇଁ କଣ ସବୁଠୁ ଅଧିକ ଜରୁରୀ, ଷ୍ଟାରଡମ୍‌ ନା ଦକ୍ଷ ଅଭିନେତା? ଏହା ପଚାରିଥିବାରୁ ସେ ଉତ୍ତର ଦେଇଥିଲେ ଯେ, ସେ ପ୍ରଥମେ ଶ୍ରେଷ୍ଠ କଳାକାର ଭାବେ ପ୍ରସିଦ୍ଧ ହେବାକୁ ଚାହାନ୍ତି।ଯାହାର ପରିଣାମ ହେବ ଷ୍ଟାରଡମ୍‌।

ଆଜିକାଲିର ଅଧିକାଂଶ ଯୁବପୀଢି ତାଙ୍କୁ ଏହି ପ୍ରଶ୍ନ କରେ ଯେ, ସେ ଅଭିନୟ କରିବାକୁ ଉତ୍ସାହିତ ଥାନ୍ତି ନା ଷ୍ଟାରଡମ୍‌ର ଚମକ ଧମକରୁ ପ୍ରଭାବିତ ହୋଇଛନ୍ତି। ଷ୍ଟାରଡମ୍‌ର ଅର୍ଥ ହେଉଛି ଅନ୍ୟମାନଙ୍କ ମଧ୍ୟରେ ଖୁସି ବାଣ୍ଟିବା ଓ ତାକୁ ଉତ୍ସାହିତ କରିବାର କ୍ଷମତା ରହିବା ଜରୁରୀ ବୋଲି ରଣବୀର କହିଥିଲେ।     

   Related Posts