Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ବାଜିରାଓ ମସ୍ତାନୀ ସେଟରେ ରଣବୀର ଦେଖିଥିଲେ ପେଶୱା ବାଜିରାଓଙ୍କ ଆତ୍ମା, ନିଜେ ସେୟାର କରିଥିଲେ ଭୟାନକ ଅନୁଭୂତି

10/06/2021 at 7:38 PM

ମୁମ୍ବାଇ ୧୦/୦୬ : ରଣବୀର ସିଂହ ଏମିତି ଜଣେ ଅଭିନେତା ଯିଏ କମ ସମୟରେ ଟପ୍ ଅଭିନେତାର ଆଖ୍ୟା ପାଇଛନ୍ତି । ତାଙ୍କ ଅଭିନୟ ଦକ୍ଷତା ତାଙ୍କୁ ସଫଳ କରିଛି । ସେ କୌଣସି ଚରିତ୍ର କରିବା ପୂର୍ବରୁ ଭଲ ଭାବେ ରିସର୍ଚ୍ଚ କରନ୍ତି ଓ ଭଲ ଭାବେ ସେହି ଚରିତ୍ରକୁ କରିବାକୁ ଚେଷ୍ଟା କରନ୍ତି । ପେଶୱା ବାଜିରାଓ, ଅଲ୍ଲାଉଦିନ ଖିଲଜୀ ଭଳି ଅନେକ ଚରିତ୍ର ଏହାର ସ୍ପଷ୍ଟ ଉଦାହରଣ । ଫିଲ୍ମ ସୁଟିଂ ବେଳେ ଅନେକ ଅଜବ ଘଟଣା ମଧ୍ୟ ଘଟିଥାଏ । ବାଜିରାଓ ମସ୍ତାନୀ ସୁଟିଂ ସମୟରେ ରଣବୀର ସିଂହଙ୍କ ସହ ଏମିତି ଏକ ଘଟଣା ଘଟିଥିଲା ଯାହା ଭୟାନକ ଥିଲା । ରଣବୀର ସିଂହ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ ଫିଲ୍ମ ସୁଟିଂ ସମୟରେ ପେଶୱା ବାଜିରାଓଙ୍କ ଭୁତ ଦେଖିଥିଲେ ।

ଫିଲ୍ମ ପରେ ଏକ ସାକ୍ଷାତକାରରେ ରଣବୀର କହିଥିଲେ ଯେ ଯେଉଁଦିନ ଏହି ଘଟଣା ଘଟିଥିଲା ସେହି ଦିନଟି ବହୁତ କଠିନ ଥିଲା । ସେ ପ୍ରତି ମୁହୂର୍ତ୍ତରେ ଅନୁଭବ କରିଥିଲେ ଯେ ସୁଟିଂ ସେଟରେ କିଛି ଗଡବଡ ଅଛି । ସେ କାହାର ଉପସ୍ଥିତି ଅନୁଭୂତ କରିଥିଲେ । ଯେଉଁଥିପାଇଁ ସେ ଚିନ୍ତିତ ହୋଇଯାଇଥିଲେ । ଏକ କଳା କାନ୍ଥରେ ଧଳା ମାଟିରେ ଏକ ଚିତ୍ର ଅଙ୍କା ଯାଇଥିବା ତାଙ୍କୁ ନଜର ଆସିଥିଲା ଯାହା ପେଶୱା ବାଜିରାଓଙ୍କ ଭଳି ଦେଖାଯାଉଥିଲା । ରଣବୀର ଏହାର ଫଟୋ ଉଠାଇ ସମସ୍ତଙ୍କୁ ଦେଖାଇଥିଲେ । ଫଟୋ ଦେଖି ସମସ୍ତେ ମାନିଥିଲେ ଯେ ଏହା ପୁରା ବାଜିରାଓଙ୍କ ଭଳି ଦେଖାଯାଉଛି । ନିଜର ଏହି ଅନୁଭୂତିକୁ ସେୟାର କରି ରଣବୀର କହିଛନ୍ତି ଯେ ସେ ନିଜେ ମଧ୍ୟ ଏସବୁ କଥାରେ ବିଶ୍ୱାସ କରନ୍ତିନି କିନ୍ତୁ ସେ ଯେତେବେଳେ ଏସବୁ ନିଜେ ଦେଖିଲେ ତାଙ୍କୁ ଅଜବ ଲାଗିଥିଲା ।

ରଣବୀର ଦୀପିକାଙ୍କ ବାଜିରାଓ ମସ୍ତାନୀ ୨୦୧୫ ରେ ରିଲିଜ ହୋଇଥିଲା । ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ଫିଲ୍ମ ୩୦୦ କୋଟି ଆୟ କରିଥିଲା । ରଣବୀର ପେଶୱା ବାଜିରାଓ, ଦୀପିକା ମସ୍ତାନୀ ଓ ପ୍ରିୟଙ୍କା କାଶିବାଇ ଚରିତ୍ରରେ ଅଭିନୟ କରିଥିଲେ ।

   Related Posts