ଦୀପିକାଙ୍କୁ ଦେଇଥିବା କଥା ରଖିଲେନି ରଣବୀର ସିଂହ : ଯେଉଁଥିପାଇଁ ଶାଶୁ-ଶ୍ବଶୁର ତାଙ୍କ ଉପରେ ଖପ୍ପା

Published By : Prameya-News7 Bureau | May 26, 2020 IST

ମୁମ୍ବାଇ ୨୬/୫: ବଲିଉଡରେ ଯଦି ସବୁଠୁ ଭଲ କପଲ୍ସଙ୍କ ବିଷୟରେ କୁହାଯାଏ ତେବେ ରଣବୀର ସିଂହ ଏବଂ ଦୀପିକା ପାଦୁକୋଣଙ୍କ ନାଁ ସାମିଲ ହେବ। ରଣବୀର ଜଣେ ଏପରି ସ୍ବାମୀ ଯେ ତାଙ୍କୁ ସବୁ ଝିଅ ନିଜ ଜୀବନରେ ଚାହଁନ୍ତି। ରଣବୀର ଏହି କଥା ଅନେକ ଥର ପ୍ରମାଣିତ କରିଛନ୍ତି। ରଣବୀର ଯେତେ ଭଲ ସ୍ବାମୀ ଏବଂ ବୟଫ୍ରେଣ୍ଡ ହୋଇଥିଲେ ବି ସେ ଏବେ ଯାଏଁ ଦୀପିକାଙ୍କୁ କରିଥିବା ପ୍ରମିଜ ପୂରଣ କରି ନାହାନ୍ତି।

{"id":276475,"sizeSlug":"large"}

ନିକଟରେ ଭାରତୀୟ ଫୁଟବଲ୍ ଟିମର କ୍ୟାପଟେନ୍ ସୁନୀଲ ଛେତ୍ରୀଙ୍କ ସହ ହୋଇଥିବା ଇନଷ୍ଟାଗ୍ରାମ୍ ଚ୍ୟାଟରେ ରଣବୀର ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି,‘ସେ ଦୀପିକା ଏବଂ ତାଙ୍କ ପରିବାର ଲୋକଙ୍କୁ ଇମ୍ପେସ୍ କରିବା ପାଇଁ ଡେଙ୍ଗୁରା ମାରିଥିଲେ ଯେ ସେ ବହୁତ ଭଲ ବଟର ଚିକେନ୍ ବନାନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ସେ ୟୁଏସ୍ ୟୁନିଭର୍ସିଟିରେ ପାଠ ପଢ଼ୁଥିଲେ ତେବେ ପୂରା ସହରରେ ସେ ସବୁଠୁ ଭଲ ବଟର ଚିକେନ୍ ବନାଉଥିଲେ ଏବଂ କେବଳ ଭାରତ ନୁହେଁ ବରଂ ପାକିସ୍ତାନ ଏବଂ ବାଙ୍ଗଲାଦେଶ ଲୋକେ ମଧ୍ୟ ତାଙ୍କ ଗେଟ୍ ପାଖରେ ଚିକେନ୍ ଖାଇବାକୁ ଛିଡ଼ା ରହୁଥିଲେ।’

{"id":276485,"sizeSlug":"large"}

ରଣବୀର ,ଦୀପିକା ଏବଂ ତାଙ୍କ ପରିବାରକୁ ନିଜ ହାତର ବଟର ଚିକେନ୍ ଖୁଆଇବାର ପ୍ରମିଜ ପୂରା କରି ନାହାନ୍ତି। ରଣବୀର କହିଥିଲେ ଯେ ‘ସେ ଚିକେନ୍ ତ ଖୁଆଇଲେ କିନ୍ତୁ ଚିଟିଂ କରି। ସେ ସେଥିରେ ରେଡିମେଡ ମିକ୍ସ ପକାଇ ପ୍ରସ୍ତୁତ କରିଥିଲେ। ସେ ଭାବିଥିଲେ ଯେ ସେ ଯଦି ରେଡିମେଡ ପ୍ୟାକେଟ୍ ବ୍ୟବହାର କରୁଛନ୍ତି ତେବେ କେହି ଧ୍ୟାନ ଦେବେ ନାହିଁ। ତାଙ୍କ ପାଖରେ ଏହା ଛଡ଼ା ଆଉ କୌଣସି ରାସ୍ତା ନଥିଲା କାରଣ ତାଙ୍କୁ କେବଳ ଅଣ୍ଡା କରିବାକୁ ଆସେ।

{"id":276480,"sizeSlug":"large"}

ରଣବୀରଙ୍କୁ କୁକିଂ ଆସୁନଥିଲେ ବି ସେ କହିଥିଲେ ଯେ ଦୀପିକାଙ୍କୁ କୁକିଂ ବହୁତ ପସନ୍ଦ। ସେଥିପାଇଁ ସେ ଦୀପିକାଙ୍କୁ ରୋଷେଇ କରିବାରେ ସାହାଯ୍ୟ କରନ୍ତି।

{"id":276487,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.