Monday, January 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦିଙ୍କୁ ଅଲଗା ଅନ୍ଦାଜରେ ସାକ୍ଷାତ କଲେ ରଣବୀର: ଇନ୍ଷ୍ଟଗ୍ରାମ ପେଜରେ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ସମସ୍ତ ଷ୍ଟାର

ଦିଲ୍ଲୀ ୧୧/୧ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ମୁମ୍ବାଇ ଫେରିଲେ ରଣବୀର ସିଂ | ଗୁରୁବାର ଦିନ ବଲିଉଡର କିଛି ଅଭିନେତା ଏବଂ ଅଭିନେତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଯାଇଥିଲେ | ଏହି ସାକ୍ଷାତକାରକୁ ନେଇ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି ହୋଇଛି | ମୋଦିଙ୍କ ସହ ଷ୍ଟାରମାନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି |

ମୋଦିଙ୍କୁ ସାକ୍ଷାତ କରିବା ପରେ ଏମାନେ ବିଳମ୍ବିତ ରାତିରେ ମୁମ୍ବାଇ ଫେରି ଯାଇଥିଲେ | ତେବେ ସବୁଠାରୁ ଖାସ କଥା ହେଲା, ଏହି ଷ୍ଟାର ଯେତେବେଳେ ମୁମ୍ବାଇ କାଲୀନା ବିମାନବନ୍ଦରରେ ଓହ୍ଲାଇଥିଲେ, ସମସ୍ତଙ୍କ ଛାତିରେ ତ୍ରିରଙ୍ଗା ବେଚ ଲାଗିଥିଲା | କରଣ ଜୋହର, ରଣବୀର ସିଂ, ରଣବୀର କାପୂର, ଆୟୁଷ୍ମାନ ଖୁରାନା, ରାଜକୁମାର ରାଓ, ବୁମନ ଇରାନୀ, ଏକତା କପୁର, ଆଲିଆ ଭଟ୍ଟ ପ୍ରମୁଖ ମୋଦିଙ୍କୁ ସାକ୍ଷାତ କରି ତାଙ୍କ ସହ ଫଟୋ ଉଠାଇଥିଲେ | ଏହି ସବୁ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ସୂଚନାଯୋଗ୍ୟ ଯେ, ଏହି ସାକ୍ଷାତକାରରେ ହିନ୍ଦୀ ସିନେମାର କଣ୍ଟେଣ୍ଟ ଏବଂ ଭବିଷ୍ୟତକୁ ନେଇ ଚର୍ଚ୍ଚା ହୋଇଥିଲା | ମୋଦିଙ୍କ ସମେତ ସମସ୍ତ ଷ୍ଟାର ଏହି ସାକ୍ଷାତକାରରେ ଅତ୍ୟନ୍ତ ଖୁସି ଥିବା ଦେଖିବାକୁ ମିଳିଛି |

ରାଜକୁମାର ରାଓ, ବିକି କୌଶଳ ଏବଂ ଆୟୁଷ୍ମାନଙ୍କ ଛାତିରେ ଲାଗିଥିବା ତ୍ରିରଙ୍ଗା ବେଚ ଆପଣ ଦେଖିପାରୁଥିବେ | ଫିଲ୍ମ ଷ୍ଟାର ନିଜ ଫିଲ୍ମ ଜରିଆରେ ସମ୍ପୂର୍ଣ ଦେଶକୁ ଯୋଡିବାକୁ ଚେଷ୍ଟା କରିଥାନ୍ତି | ଫିଲ୍ମରେ ଦିଆଯାଇଥିବା ସନ୍ଦେଶ ଅନେକ ସମୟରେ ସମାଜରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ | ସେଥିପାଇଁ ଅଲଗା ଅଲଗା ବିଷୟ ଉପରେ ଫିଲ୍ମ ଆଧାରିତ ହୋଇଥାଏ |

ରଣବୀର ସିଂଙ୍କ ଛାତିରେ ମଧ୍ୟ ତ୍ରିରଙ୍ଗା ଆପଣମାନେ ସଫା ଦେଖିପାରୁଥିବେ | ତ୍ରିରଙ୍ଗା ଦେଶବାସୀଙ୍କୁ ଯୋଡି ରଖିଥାଏ | ଏଥିରେ ସମସ୍ତଙ୍କୁ ଖୁସି ମଧ୍ୟ ମିଳିଥାଏ | ଆଲିଆ ମଧ୍ୟ ତ୍ରିରଙ୍ଗା ବେଚ ଲଗେଇଥିବା ନଜର ଆସିଥିଲା | ଆଲିଆ ତାଙ୍କର ଅତି ଘନିଷ୍ଠ ରଣବୀର କପୁରଙ୍କ ସହ ଯାଇଥିଲେ |

କାରଣ ଜୋହର ଏବଂ ଅକ୍ଷୟ କୁମାର ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକାରିବାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା | ଗୁରୁବାର ଦିନ ହୋଇଥିବା ଏହି ସାକ୍ଷାତକାରକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ବହୁତ କମେଣ୍ଟ ଦେଖିବାକୁ ମିଳିଛି | କିଛି ଲୋକେ ଏହାର ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକେ ନିନ୍ଦା କରିଛନ୍ତି | ଯାହାବିହେଉ ପ୍ରଧାନମନ୍ତ୍ରୀ ମୋଦି ଏବଂ ବଲିଉଡ ଷ୍ଟାରଙ୍କ ଏହି ସାକ୍ଷାତକାର ଚର୍ଚ୍ଚାର ବିଷୟ ପାଲଟିଛି | 

ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ସମସ୍ତ ଷ୍ଟାର ମୋଦିଙ୍କ ସହ ସଂଭ୍ରମତାର ସହ ଫଟୋ ଉଠାଇଥିବାବେଳେ ରଣବୀର ସିଂ ତାଙ୍କର ସ୍ୱତନ୍ତ୍ର ଅନ୍ଦାଜରେ ମୋଦିଙ୍କୁ ଆଲିଙ୍ଗନ କରି ଫଟୋ ଉଠାଇଥିଲେ | ରଣବୀର ଏହି ଫଟୋ ତାଙ୍କ ଇନ୍ସଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି | ଇନ୍ସଟାଗ୍ରାମ ପୋଷ୍ଟରେ ରଣବୀର କ୍ୟାପ୍ସନ ଦେଇଥିଲେ ଯେ, ଯାଦୁ କୁ ଝପ୍ପୀ…ମୋଦିଙ୍କ ସହ ଗ୍ରୁପ ସେଲଫି ନେବାବେଳେ ମଧ୍ୟ ରଣବୀର ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲେ |

ବରୁଣ ଧୱନ ମୋଦିଙ୍କ ସହ ଫଟୋ ଉଠାଇବା ସହ ଜିଏସଟି କମ କରିଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ | ଜିଏସଟି କମ ହେବ ଫଳରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ବହୁତ ଲାଭ ହେବ ବୋଲି ସେ କହିଥିଲେ | ମୋଦି ସମସ୍ତ ଷ୍ଟାରଙ୍କ କଥା ଶୁଣିଥିବା ଏବଂ ଆଲୋଚନା କରିଥିବା ହେତୁ ସବୁ ଷ୍ଟାର ମୋଦିଙ୍କୁ ଇନ୍ସଟାଗ୍ରାମ ପେଜରେ ଧନ୍ୟବାଦ ଜଣାଇ ମୋଦିଙ୍କ ସହ ଉଠାଇଥିବା ଫଟୋ ପୋଷ୍ଟ କରିଛନ୍ତି |  

120 Views

   You May Also Like