Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ମଜାକିଆ ଅନ୍ଦାଜରେ ପ୍ରଶଂସକ ସହ ଗାଜର ହାଲୱା ଖାଇ ‘Pawri’ କଲେ ରଣବୀର ସିଂହ: ସେୟାର୍ କଲେ ଭିଡିଓ

23/02/2021 at 2:08 PM

ମୁମ୍ବାଇ ୨୩/୦୨ : ଗତ କିଛି ଦିନ ହେଲା ସୋସିଆଲ ମିଡ଼ିଆରେ ‘Pawri’ ଭିଡିଓ ବହୁତ ଟ୍ରେଣ୍ଡ ହେଉଛି। ଲୋକେ ଭିନ ଭିନ୍ନ ପ୍ରକାରେ ‘Pawri’ ଭିଡିଓ ସେୟାର କରୁଛନ୍ତି। ଅଭିନେତା ରଣବୀର ସିଂହ ମଧ୍ୟ ‘Pawri’ ଭିଡିଓରେ ନଜର ଆସିଛନ୍ତି। ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପରେ ତାଙ୍କ ସ୍ୱାମୀ ରଣବୀରଙ୍କ ଉପରେ ମଧ୍ୟ ‘Pawri’ ନିଶା ଚଢ଼ିଛି। ରଣବୀର ସିଂହଙ୍କ ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ରଣବୀର ନିଜର ଭଳି ନିଆରା ରଙ୍ଗୀନ ଅବତାରରେ ନଜର ଆସିଛନ୍ତି। ଭିଡିଓରେ ରଣବୀର ନିଜର ଜଣେ ପ୍ରଶଂସକଙ୍କ ସହ ହାଲୱା ‘Pawri’ କରୁଥିବା ନଜର ଆସିଛନ୍ତି। ଏହି ମଜାକିଆ ଭିଡିଓ ରଣବୀର ସିଂହଙ୍କ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି। ରଣବୀରଙ୍କ ଅନ୍ଦାଜ ଓ ପ୍ରଶଂସକଙ୍କ ସହ ତାଙ୍କ ବଣ୍ଡିଙ୍ଗକୁ ବି ଲୋକେ ବହୁତ ପସନ୍ଦ କରିଛନ୍ତି।

ଭିଡିଓରେ ରଣବୀର ସିଂହ ନିଜ ପ୍ରଶଂସକଙ୍କ ସହ ଏକ ଟିଫିନରେ ଗାଜର ହାଲୱା ଧରିଥିବା ନଜର ଆସିଛନ୍ତି। ଭିଡିଓରେ ରଣବୀର କହିଛନ୍ତି, “ୟେ ହମ ହେଁ, ୟେ ହାମର ଗାଜର କା ହାଲୱା ହେ ଔର ୟେ ହାମାରୀ ‘Pawri’ ହୋ ରହି ହେ” ଏହି ଡାଏଲଗ୍ କହିଲାବେଳେ ପଛପଟୁ ଜଣେ ଯୁବତୀ ମଧ୍ୟ ପାଳି ଧରିଥାନ୍ତି।

ଏହା ପୂର୍ବରୁ ଦୀପିକା ପାଦୁକୋନ ମଧ୍ୟ ମଜାଦାର ଅନ୍ଦାଜରେ ‘Pawri’ ଫଟୋ ସେୟାର କରିଥିଲେ। ଏଥିରେ ଦୀପିକାଙ୍କ ପିଲାଦିନର ଫଟୋ ଥିଲା ଯେଉଁଥିରେ ସେ ଘୋଡାରେ ବସିଥିଲେ। ଏହି ଫଟୋରେ ସେ ଲେଖିଥିଲେ, “ୟେ ମେଁ ହୁଁ, ୟେ ମେର ଘୋଡା ହେ ଔର ୟେ ହାମାରୀ ପାୱରି ହୋ ରହି ହେ” ଦୀପିକାଙ୍କ ଏହି ଫଟୋରେ ତାଙ୍କର ପ୍ରଶଂସକ ଅନେକ ପ୍ରତିକ୍ରିୟା ରଖିଥିଲେ। ଦୀପିକା ଓ ରଣବୀର ଆଗରୁ ବି ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରିଛନ୍ତି।

   Related Posts