ରିଲିଜ ହେଲା ଫିଲ୍ମ '୮୩'ର ପୋଷ୍ଟର…ଏକା ସହ ନଜର ଆସିଲେ ପୂରା ଟିମ୍

Published By : Prameya-News7 Bureau | January 27, 2020 IST

ମୁମ୍ବାଇ୨୭|୧: ରଣବୀର ଖୁବ୍‌ଶୀଘ୍ର ଫିଲ୍ମ '୮୩'ରେ ନଜର ଆସିବେ। ଚଳିତ ବର୍ଷ ଏପ୍ରିଲ ମାସରେ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ '୮୩' ରିଲିଜ ହେବାକୁ ଯାଉଛି। ନିକଟରେ ଏହି ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଛି। ରଣବୀର ନିଜେ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ରଣବୀର ସିଂହ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ସହ ଉଠାଇଥିବା କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

{"id":216534,"width":586,"height":351,"sizeSlug":"large"}

ଏହି ଫଟୋରେ ୧୯୮୩ ମସିହାରେ ଭାରତୀୟ କ୍ରିକେଟ ଟିମ୍‌ରେ ଥିବା ଖେଳାଳିଙ୍କ ଭୂମିକାରେ ନଜର ଆସୁଥିବା ସମସ୍ତ କଳାକାରଙ୍କୁ ଦେଖିବାକୁ ମିଳିଛି।

{"id":216531,"sizeSlug":"large"}

ଫିଲ୍ମର ସବୁ ପୋଷ୍ଟର ଏକ ଗାଡିରେ ଲାଗିଥିବାର ନଜର ଆସିଛି। ଫଟୋରେ ସମସ୍ତ କଳାକାର ଜିନ୍ସ, ହ୍ବାଇଟ୍‌ ସାର୍ଟ ଓ ବ୍ଲେଜର ପିନ୍ଧିଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ, ୧୯୮୩ ମସିହାରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ଥର ଓ୍ବାର୍ଲଡ କପ୍‌ ବିଜୟୀ ହୋଇଥିଲା । ସେହି କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି।

{"id":216532,"sizeSlug":"large"}

କପିଳ ଦେବ କ୍ୟାପଟେନ୍‌ ଥିବା ବେଳେ ଭାରତ ଏହି ବିଜୟ ହାସଲ କରିଥିଲା। ଫିଲ୍ମରେ ପୂର୍ବତନ ଅଧିନାୟକ କପିଳଙ୍କ ଭୂମିକାରେ ରଣବୀର ସିଂ ନଜର ଆସିବେ। ରିପୋର୍ଟ ଅନୁସାରେ କପିଳଙ୍କ ସ୍ତ୍ରୀ ରୋମି ଭାଟିଆଙ୍କ ଭୂମିକାରେ ରଣବୀରଙ୍କ ସ୍ତ୍ରୀ ଦୀପିକା ପାଦୁକୋନ ନଜର ଆସିବେ। ରିଲ ଲାଇଫ୍ରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଯୋଡି ହିଟ୍‌ ହେବ ବୋଲି କୁହାଯାଉଛି। ଫିଲ୍ମର ଦର୍ଶକେ ଏହି ଫିଲ୍ମର ରିଲିଜ ହେବା ଅପେକ୍ଷାରେ ଅଛନ୍ତି।ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି କବୀର ଖାନ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.